୨୫ ଲକ୍ଷ ଟଙ୍କାର କଫ ସିରଫ ଜବତ: ୪ ଗିରଫ

ବରଗଡ ଅଫିସ,୧୫।୧୦-ବରଗଡ ଜିଲା ସୋହେଲା ଥାନା ପୋଲିସ ବୁଧବାର ହଲଦୀପାଲି ଛକରେ ଚଢାଉ କରି ଏକ କଫ ସିରଫ ବୋଝେଇ ଏକ ପିକଅପ୍‌ ଭ୍ୟାନକୁ ଜବତ କରିଛି। ଏହି ଘଟଣାରେ ସମ୍ବଲପୁର ଜିଲା ଶାସନ ଥାନା ତାଲପଦର ଗ୍ରାମର ଗୁରୁ ର୍ମିଦ୍ଧା, ଶାସନର ଆକାଶ କୁମ୍ଭାର, ଅଇଁଠାପାଲି ଥାନା ବେହେରାପାଲିର ଆଲୋକ ମହାରଣା, ବଲାଙ୍ଗୀର ଜିଲା ସୋଢାପଦର ଗ୍ରାମର ଶଙ୍କରଦେବ ଓରଫ ଦୀପକ ସେଠଙ୍କୁ ଗିରଫ କରାଯାଇଛି। ଚଢାଉରେ ୧୩ ହଜାର ୨ଶହ ବୋତଲ କଫ ସିରଫ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ଏ ନେଇ ସୋହେଲା ଥାନାରେ ନଂ. ୧୬୧/୨୦୨୦ ଏକ ମାମଲା ରୁଜୁ ହୋଇଥିବା ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି।

Share