୬ ପ୍ରକଳ୍ପ ଲାଗି ୨୬ ଲକ୍ଷ ଟଙ୍କା ପ୍ରସ୍ତାବ

ଖୋର୍ଦ୍ଧା ଅଫିସ,୧୮।୧୨: ମୁଖ୍ୟମନ୍ତ୍ରୀ କର୍ମତପତ୍ର ଅଭିଯାନ ଯୋଜନା(ମୁକ୍ତା)ରେ ବାଲୁଗଁା ବିଜ୍ଞାପିତ ଅଞ୍ଚଳ ପରିଷଦରେ ୬ଟି ପ୍ରକଳ୍ପ ନିର୍ମାଣ ପାଇଁ ୨୬ଲକ୍ଷ ଟଙ୍କା ପ୍ରସ୍ତାବ ଦିଆଯାଇଛି। ଏଥିରେ ୪ଟି ପାଦଚଲା ରାସ୍ତା, ଗୋଟିଏ ଶୌଚାଳୟ ଏବଂ ମୁକ୍ତ ଜିମ୍‌ ରହିଛି। ଶୁକ୍ରବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସ୍ତାବ ଦିଆଯାଇଛି। ଏହି ସମ୍ମିଳନୀରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଜିଲାପାଳ ମନୋଜ କୁମାର ପାଢ଼ୀ, ବିଧାୟିକା ତଥା ବିଜେଡି ଜିଲା ପର୍ଯ୍ୟବେକ୍ଷିକା ପ୍ରମିଳା ମଲ୍ଲିକଙ୍କ ସମେତ ବାଲୁଗଁା ଏନ୍‌ଏସିର ସ୍ଥାନୀୟ ପ୍ରଶାସନ, ବୁଦ୍ଧଜୀବୀ, ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏନେଇ ଜିଲାପାଳ ମହାପାତ୍ର କହିଥିଲେ, ପୂର୍ବରୁ ମୁକ୍ତା ଯୋଜନାରେ ଖୋର୍ଦ୍ଧା ଏବଂ ଜଟଣୀ ପୌର ପରିଷଦ ଏବଂ ପରେ ବାଣପୁର ଏନ୍‌ଏସି ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ବାଲୁଗଁା ଏନ୍‌ଏସି ରହିଥିଲା। ସହରାଞ୍ଚଳ ଭିତ୍ତିଭୂମି ବିକାଶ ଦିଗରେ ଏହା ବେଶ ସହାୟକ। ଏଥିସହିତ ବାଲୁଗଁା ସହରର ୯ଟି ରାସ୍ତା ନିର୍ମାଣ ପାଇଁ ୧ କୋଟି ୩୫ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଛି।

Share