ବଲାଙ୍ଗୀର ଅଫିସ,୨୪।୧: ବଲାଙ୍ଗୀର ରମାଇ ଟକିଜ ନିକଟ ଏକ ମୋବାଇଲ ଦୋକାନରୁ ୧୪ ତାରିଖ ରାତିରେ ୫୦ ଲକ୍ଷ ଟଙ୍କାର ମୋବାଇଲ ଲୁଟ ହୋଇଥିଲା। ବଲାଙ୍ଗୀର ପୋଲିସ ଘଟଣାର ତଦନ୍ତ କରି ବିହାରର ଗୋରାସାହାନରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୧୩ଟି ଦାମୀ ମୋବାଇଲ ଜବତ ହୋଇଛି । ଜବତ ହୋଇଥିବା ମୋବାଇଲର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ଲୁଟେରାମାନେ ଚୋରି ମୋବାଇଲ ନେପାଳ ଚାଲାଣ କରିବାକୁ ଉଦ୍ୟମ ପୂର୍ବରୁ ବଲାଙ୍ଗୀର ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି।