୧୦ ଟଙ୍କା ରିଚାର୍ଜ ନାମରେ ଠକିନେଲେ ୩.୯୫ ଲକ୍ଷ ଟଙ୍କା

ନୂଆପଡ଼ା ଅଫିସ,୧୩।୩: ନୂଆପଡ଼ା ଜିଲାରେ ଦିନକୁ ଦିନ ସାଇବର ଠକେଇ ବଢିଚାଲିଛି। ନୂଆପଡ଼ାରେ ରହୁଥିବା ଶିକ୍ଷକ ଅହିଂସା ରଞ୍ଜନ ପଟ୍ଟନାୟକ ସାଇବର ଠକେଇର ଶିକାର ହୋଇଛନ୍ତି । ତାଙ୍କ ଆକାଉଣ୍ଟରୁ ୩ଲକ୍ଷ ୯୫ ହଜାର ୫ଶହ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।
ପୋଲିସ ସୂଚନା ମୁତାବକ, ଗତ ୭ ତାରିଖ ସକାଳେ ଶିକ୍ଷକ ପଟ୍ଟନାୟକଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଫୋନ କଲ୍‌ ଆସିଥିଲା। ବିଏସ୍‌ଏନ୍‌ଏଲ ରିଚାର୍ଜ ଆପ୍‌ ଡାଉନ୍‌ ଲୋଡ୍‌ କରି ୧୦ ଟଙ୍କା ରିଚାର୍ଜ କରିବାକୁ ବ୍ୟକ୍ତି ଜଣକ କହିଥିଲେ। ଏନେଇ ଅହିଂସା ବିଏସ୍‌ଏନ୍‌ଏଲ ରିଚାର୍ଜ ଆପ୍‌ ଡାଉନ୍‌ଲୋଡ କରି ନିଜ ୟୁନୋ ଆପ୍‌ରୁ ୧୦ ଟଙ୍କା ପଠାଇଥିଲେ। ପରେ ତାଙ୍କ ଆକାଉଣ୍ଟରୁ ପ୍ରଥମେ ୯୯ ହଜାର ୫୦୦ ଟଙ୍କା କଟିଯାଇଥିଲା। ଏହିପରି ୩ ଥର ମୋଟ ୩ଲକ୍ଷ ୯୫ହଜାର ୫୦୦ଟଙ୍କା କଟିଯାଇଥିଲା। ଏ ନେଇ ଗତ ୮ ତାରିଖରେ ଶିକ୍ଷକ ଜଣକ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସଦର ଥାନା ଆଇଆଇସି ସଂଯୁକ୍ତା ବାର୍ଲା କହିଛନ୍ତି।

Share