ପୁରୁଷୋତ୍ତମପୁର,୨୮।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ତାରାତାରିଣୀ ଛକଠାରେ ଥିବା ଏକ ତେଜରାତି ଦୋକାନ ଉପରେ ମଙ୍ଗଳବାର ରାତିରେ ଚଢାଉ କରାଯାଇଥିଲା। ଚଢ଼ାଉରେ ବିପୁଳ ପରିମାଣର ଗୁଟ୍ଖା ଜବତ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ। ଏହା ସହ ଦୋକାନ ମାଲିକ ପ୍ରଭାକର ସାହୁଙ୍କୁ ଗିରଫ କରାଯାଇଛି। ଏ ନେଇ ଥାନାରେ କେସ ନଂ ୧୮୦/୨୧ ମାମଲା ରୁଜୁ ହୋଇଛି।
ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ କହିଛନ୍ତି, ଏଏସ୍ଆଇ ରବୀନ୍ଦ୍ର ନାଥ ପାଣିଗ୍ରାହୀ ଓ ପୋଲିସ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ ଦୋକାନ ଉପରରେ ଚଢ଼ାଉ କରିଥିଲେ। ସେଠାରୁ ୪୧ଟି ବଡ ଜରି ବସ୍ତାରେ ଭର୍ତ୍ତି ହୋଇ ବିଭିନ୍ନ ପ୍ରକାରର ଗୁଟ୍୍ଖା, ଖଇନି ଆଦି ୨ ହଜାର ୮୪ ଟି ପ୍ୟାକେଟ୍ ଥିଲା। ଯାହାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ଆଇଆଇସି ମଲ୍ଲିକ କହିଛନ୍ତି।