ବ୍ୟାଗ୍‌ରୁ ମିଳିଲା ୩୦ଲକ୍ଷ ଟଙ୍କା

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ)-ଖଣ୍ଡଗିରି ଥାନା ତପୋବନ ଅଞ୍ଚଳରୁ ଶୁକ୍ରବାର ପୋଲିସ ଟଙ୍କା ଭର୍ତ୍ତି ବ୍ୟାଗ୍‌ ସହ ଜଣେ ଯୁବକଙ୍କୁ ଧରିଛି। ଉକ୍ତ ବ୍ୟାଗ୍‌ଟିରେ ପ୍ରାୟ ୩୦ଲକ୍ଷ ଟଙ୍କା ଥିବା ନେଇ ପୋଲିସ ସୂଚନା ଦେଇଛି। ତେବେ ଥାନାକୁ ଆଣି ଯୁବକଙ୍କୁ ପଚରାଉଚରା କରାଯାଇଥିଲା। ତାଙ୍କ ନାମ ମହାବୀର ପ୍ରସାଦ ଦାସ ଓ ସେ ପାରଳାଖେମୁଣ୍ଡିରୁ ଏହି ଟଙ୍କା ଆଣୁଥିଲେ ବୋଲି ପୋଲିସ ଆଗରେ କହିଛନ୍ତି।
ଅନ୍ୟପକ୍ଷରେ ମହାବୀରଙ୍କୁ ପୋଲିସ ଅଟକ ରଖିବା ଜାଣିବା ପରେ ଛତିଆ ଅଞ୍ଚଳର ପ୍ରଳୟ କୁମାର ପାଢୀ ନାମକ ଜଣେ ଯୁବକ ଥାନାରେ ପହଞ୍ଚତ୍ ମହାବୀର ତାଙ୍କ ସାଙ୍ଗ ଓ ଉକ୍ତ ଟଙ୍କା ତାଙ୍କର ବୋଲି ଦାବି କରିଛନ୍ତି। ପ୍ରଳୟ କହିଛନ୍ତି, ସେ ପାନ ମସଲା ଓ ଗୁଟ୍‌ଖା ହୋଲ୍‌ସେଲିଂ କରନ୍ତି। କଟକ ମାଲ୍‌ଗୋଦାମରୁ ରାଜ୍ୟର ବିଭିନ୍ନ ଜିଲାକୁ ତାଙ୍କ ମାଲ୍‌ ଯାଇଥାଏ। ମାତ୍ର ଲକ୍‌ଡାଉନ ଓ ଶଟ୍‌ଡାଉନ ଯୋଗୁ ତାଙ୍କର ଏବାବଦ ବକେୟା ଟଙ୍କା ସଂଗ୍ରହ ହୋଇପାରି ନ ଥିଲା। ତେଣୁ ସେ ମହାବୀରଙ୍କୁ ପାରଳାଖେମୁଣ୍ଡିକୁ ବକେୟା ଟଙ୍କା ଆଦାୟ କରିବା ପାଇଁ ପଠାଇଥିଲେ। ମହାବୀର ସେଠାକାର ବ୍ୟବସାୟୀଙ୍କଠାରୁ ୩୦ଲକ୍ଷ ବକେୟା ଟଙ୍କା ସଂଗ୍ରହ କରି ବସ୍‌ ଯୋଗେ ଆସି ଭୁବନେଶ୍ୱରରେ ଓହ୍ଲାଇଥିଲେ। କଟକ ଯିବା ପାଇଁ ତପୋବନ ପେଟ୍ରୋଲ ପମ୍ପ ନିକଟରେ ଛିଡା ହୋଇଥିବା ସମୟରେ ପୋଲିସ ତାଙ୍କୁ ଧରିଥିଲା। ଏହି ଟଙ୍କା ସମ୍ପୂର୍ଣ୍ଣ ଭାବେ ତାଙ୍କର ଓ ଏବାବଦ ସମସ୍ତ କାଗଜପତ୍ର ସେ ପୋଲିସ ନିକଟରେ ଦାଖଲ କରିବେ ବୋଲି କହିଥିଲେ। ତେବେ ପ୍ରଳୟଙ୍କ କଥା କେତେ ସତ ସେନେଇ ଯାଞ୍ଚ କରାଯାଉଛି। ସମସ୍ତ କାଗଜପତ୍ର ସହ ଜିଏସ୍‌ଟି ବାବଦରେ ଯାଞ୍ଚ ସରିବା ପରେ ଯଦି କିଛି ଖିଲାପ ହୋଇଥିବା ଜଣାପଡିବ ତା’ହେଲେ ମାମଲାକୁ ଆୟକର ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କ(କ୍ୟୁନି)ରେ ଶିକ୍ଷାବିତ୍‌, ସାମାଜିକ କର୍ମୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri