ବରଗଡ଼, ୧୭।୩( ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଲଖନପୁର ପ୍ରାଥମିକ କୃଷି ସମବାୟ ସମିତିର ପୂର୍ବତନ ସମ୍ପାଦକ ଧୃବଚରଣ ସାହୁଙ୍କୁ ସୋମବାର ଭିଜିଲାନ୍ସ ଗିରଫ କରିଛି। ତାଙ୍କ ବିରୋଧରେ ୩୧ଲକ୍ଷ ୪୭ହଜାର ୬୮୫ ଟଙ୍କା ଅନିୟମିତତା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଏହାର ତଦନ୍ତ କରି ତାଙ୍କୁ ଗିରଫ କରିଛି। ଘଟଣାଟି ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।