୧୧ଦିନରେ ଦେଶରେ ହେବ ୩୮ଲକ୍ଷ ବାହାଘର

ନୂଆଦିଲ୍ଲୀ,୨୨।୧୧: ଆଉ କେଇଟା ଦିନ ପରେ ଆରମ୍ଭ ହୋଇଯିବ ବିବାହ ଋତୁ। ମାର୍କେଟରେ ସେ ଲାଗି ଗହଳ ଚହଳ ଆରମ୍ଭ ହୋଇଯିବ। କିନ୍ତୁ ଏଥର ବିବାହ ଋତୁ କିଛି ଖାସ୍‌ ହେବାକୁ ଯାଉଛି। ବିବାହ ଋତୁ ନଭେମ୍ବର ୨୩ ଗୁରବାରରେ ଆରମ୍ଭ ହେବାକୁ ଯାଉଥିବା ଡିସେମ୍ବର ୧୫ଯାଏଁ ସାରା ଦେଶରେ ୩୮ଲକ୍ଷ ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏଥର ଭଲ ବ୍ୟବସାୟ ହେବାର ଆଶା ରଖିଛନ୍ତି କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ। ଏଥିରେ ପ୍ରାୟ ୪.୭୪ଲକ୍ଷ କୋଟିର କାରବାର ହେବ ବୋଲି ଆକଳନ କରାଯାଉଛି।

Share