Categories: ଜାତୀୟ

ଲୋକ ସଭା ଟିକେଟ ପାଇଁ ନେଇଥିଲେ ୫ କୋଟି

ପାଟନା, ୨୦।୯: ୨୦୧୯ ଲୋକ ସଭା ନିର୍ବାଚନ ବେଳେ ଆର୍‌ଜେଡି ନେତା ଗୋଟିଏ ଟିକେଟ ପାଇଁ ୫ କୋଟି ଟଙ୍କା ନେଇଥିଲେ। ଏନେଇ ତେଜସ୍ବୀ ଯାଦବ, ମିସା ଯାଦବଙ୍କ ସମେତ ୬ ଜଣଙ୍କ ବିରୋଧରେ ଏତଲା ଦାଏର କରିବାକୁ ପାଟନାର ଏକ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

କଂଗ୍ରେସ ନେତା ସଞ୍ଜୀବ କୁମାର ସିଂଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ଭାଗଲପୁର ଆସନରୁ ଟିକେଟ ଦେବା ଲାଗି ଆର୍‌ଜେଡି ୫ କୋଟି ଟଙ୍କା ମାଗିଥିଲା। ଅଭିଯୋଗରେ ବିହାର କଂଗ୍ରେସ ସଭାପତି ମଦନମୋହନ ଝା, କଂଗ୍ରେସ ମୁଖପାତ୍ର ରାଜେଶ ରାଠୋର ଏବଂ ପୂର୍ବତନ କଂଗ୍ରେସ ନେତା ସଦାନନ୍ଦ ସିଂଙ୍କ ପୁଅ ଶୁଭାନନ୍ଦ ମୁକେଶଙ୍କ ନାଁ ରହିଛି। ଗତମାସ ୧୮ ତାରିଖରେ ସଞ୍ଜୀବ କୁମାର ପାଟନା ସିଜେଏମ୍‌ କୋର୍ଟରେ ମାମଲା ଦାଏର କରିଥିଲେ। ଲୋକ ସଭା ଟିକେଟ ନ ମିଳିବାରୁ ତାଙ୍କୁ ୨୦୨୦ ବିଧାନସଭା ର୍ନିବାଚନରେ ଟିକେଟ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ତାହା ମଧ୍ୟ ମିଳି ନ ଥିଲା ବୋଲି ସଞ୍ଜୀବ କୁମାର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

Share