ବାଲେଶ୍ୱର ଅଫିସ ୧।୧୦: ବାଲେଶ୍ୱର ଜିଲା ଜଳେଶ୍ବର ରାଜପୁର ଗ୍ରାମରୁ ଗୁରୁବାର ରାତିରେ ଅବକାରୀ ବିଭାଗ ଚଢାଉ କରି ୨୪୦ ଗ୍ରାମ ଧଳା ଜହର(ବ୍ରାଉନ ସୁଗାର) ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଅବକାରୀ ଧରିବାରେ ସଫଳ ହୋଇଛି। ଧରାପଡିଥିବା ଯୁବକଙ୍କ ଘର ମୟୁରଭଞ୍ଜ ବୋଲି ଜଣାପଡ଼ିଛି। ସେ ଜଳେଶ୍ୱର ଅଞ୍ଚଳରୁ ବ୍ରାଉନ ସୁଗାର କିଣି ଗାଁକୁ ଫେରୁଥିବା ବେଳେ ଅବକାରୀ ହାତରେ ଧରା ପଡିଥିଲେ। ସେହିପରି ଜଳେଶ୍ୱେର ପୋଲିସ ଚଢାଉ କରି ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଆନୁମାନିକ ୩୦୦ ଗ୍ରାମର ବ୍ରାଉନ ସୁଗାର ଜବତ କରି ପୋଲିସ ଅଧିକ ତଦନ୍ତ ଚଲାଇଛି।
ଗୁରୁବାର ଅବକାରୀ ଓ ପୋଲିସ ଜବତ କରିଥିବା ବ୍ରାଉନ ସୁଗାରର ମୂଲ୍ୟ ୫୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡିଛି। ଚଢ଼ାଉରେ ଜଳେଶ୍ବର ଥାନା ଅଧିକାରିଣୀ ପ୍ରଜ୍ଞା ମହାନ୍ତି, ଏସ୍ଡିପିଓ ଅଙ୍କିତା କୁମ୍ଭାର, ଏସ୍ଆଇ ଭୁବନ ମୋହନ ସେଠୀଙ୍କ ସହ ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।