Categories: ବାଣିଜ୍ୟ

୬ ଲକ୍ଷ କୋଟିର ଆସେଟ ମନିଟାଇଜେଶନ ଯୋଜନା

ନୂଆଦିଲ୍ଲୀ,୧୨।୮: ସରକାର ବର୍ତ୍ତମାନ ୬ଲକ୍ଷ କୋଟି ଟଙ୍କାର ଆସେଟ ମନିଟାଇଜେଶନ ଯୋଜନା ଉପରେ କାମ କରୁଛନ୍ତି। ପାଓ୍ବାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ, ନ୍ୟାଶନାଲ ହାଇଓ୍ବେ ଭଳି ବିଭିନ୍ନ ସମ୍ପତ୍ତି ଏହା ମଧ୍ୟରେ ସାମିଲ ରହିଥିବା ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ(ଦୀପମ) ପକ୍ଷରୁ ସୂଚନା ମିଳିଛି। ପାଓ୍ବାର ଗ୍ରୀଡ୍‌ ଲାଗି ଭିତ୍ତିଭୂମି ନିବେଶ ଟ୍ରଷ୍ଟ ହାତକୁ ନିଆଯାଇଛି। ଗେଲ୍‌ କ୍ଷେତ୍ରରେ ମଧ୍ୟ ଏଭଳି ପଦକ୍ଷେପ ନିଆଯିବ। ଫଳରେ ନିୟାମକ ବ୍ୟବସ୍ଥା ଏହା ଦ୍ୱାରା କାର୍ଯ୍ୟକାରୀ କରାଯାଇପାରିବ। ରେଲଓ୍ବେ ଷ୍ଟେଶନଗୁଡିକ କ୍ଷେତ୍ରରେ ସରକାରୀ ଘରୋଇ ସହଭାଗିତା(ପିପିପି) ଟେଣ୍ଡର ମଧ୍ୟ ଘୋଷଣା କରାଯିବ। ବୃହତ୍‌ ଆସେଟ ମନିଟାଇଜେଶନ ପାଇପଲାଇନରେ ଘରୋଇ କ୍ଷେତ୍ରର ଯୋଗଦାନ ଉନ୍ନତ ରହିବ ବୋଲି ଆଶା କରାଯାଉଛି।

Share