Categories: ଜାତୀୟ

୬୯ ହଜାର କୋଟିର ଦେଶଭକ୍ତି ବଜେଟ: ସ୍ବାସ୍ଥ୍ୟ ପାଇଁ ୯୯୩୪ କୋଟି

ନୂଆଦିଲ୍ଲୀ,୯।୩: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ପକ୍ଷରୁ ୬୯ ହଜାର କୋଟି ଟଙ୍କାର ଦେଶଭକ୍ତି ବଜେଟ ମଙ୍ଗଳବାର ଘୋଷଣା କରାଯାଇଛି। ଦିଲ୍ଲୀ ଅର୍ଥମନ୍ତ୍ରୀ ମନିଶ ସିସୋଦିଆ ପେପରଲେସ୍‌ ବଜେଟ୍‌ ଉପସ୍ଥାପନ କରିଛନ୍ତି। ବଜେଟରେ ସ୍ବାସ୍ଥ୍ୟ ପାଇଁ ୯୯୩୪ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଯାହାକି ମୋଟ ବଜେଟର ୧୪ ପ୍ରତିଶତ ବୋଲି ସେ ସୂଚନା ଦେଇଛନ୍ତି। ମହିଳାଙ୍କ ପାଇଁ ସ୍ବତନ୍ତ୍ର କ୍ଲିନିକ୍‌ ସ୍ଥାପନା କରାଯିବା ସହିତ ସମସ୍ତଙ୍କୁ ହେଲଥ୍‌ କାର୍ଡ ଯୋଗାଇ ଦିଆଯିବ। ସେହିପରି ମାଗଣା କରୋନା ଟିକା ପାଇଁ ୫୦ କୋଟି ଆବଣ୍ଟିତ କରାଯାଇଛି। ୨୦୨୨ ଅଗଷ୍ଟ ୧୫ରେ ଦେଶରେ ୭୫ତମ ସ୍ବାଧିନତା ଦିବସ ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି ୨୦୨୧ ମାର୍ଚ୍ଚ ୧୨ଠାରୁ ରାଜ୍ୟରେ ସ୍ବାଧିନତା ମହୋତ୍ସବ ୭୫ ସପ୍ତାହ ଧରି ପାଳନ କରାଯିବ। ଏହି ଅବସରରେ ୫୦୦ ତ୍ରିରଙ୍ଗା ବିଭିନ୍ନ ସ୍ଥାନରେ ସ୍ଥାପିତ ହେବ। ଏଥିପାଇଁ ୪୫ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ୨୦୪୭ ସୁଦ୍ଧା ସ୍ଥାନୀୟ ବାସିନ୍ଦାଙ୍କ ଆୟରେ ୧୬ ଗୁଣା ବୃଦ୍ଧି ଲକ୍ଷ୍ୟ ନେଇ ସରକାର ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରଖିଥିବା ସେ କହିଛନ୍ତି।

Share