Categories: ବାଣିଜ୍ୟ

ଗୁଗଲ ଉପରେ ୭୩୯ କୋଟି ଜରିମାନା

ନୂଆଦିଲ୍ଲୀ,୨୭।୧୨: ବିଶ୍ୱର ପ୍ରମୁଖ ଆଇଟି କମ୍ପାନୀ ଗୁଗଲ ରୁଷିଆରେ ନିଷିଦ୍ଧ ଥିବା ବିଭିନ୍ନ କଣ୍ଟେଣ୍ଟଗୁଡିକୁ ତା’ର ସର୍ଚ୍ଚ ଇଞ୍ଜିନ ଜରିଆରେ ସର୍ବସାଧାରଣ କରି ଦେଖାଉଥିବା ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ସ୍ଥାନୀୟ ସରକାରଙ୍କ ପକ୍ଷରୁ ମଧ୍ୟ କମ୍ପାନୀକୁ ଚେତାବନୀ ଦେବା ସହ ଉକ୍ତ ନିଷିଦ୍ଧ କଣ୍ଟେଣ୍ଟ କମ୍ପାନୀ ତା’ର ସାଇଟ୍‌ରୁ ହଟାଇବାକୁ କୁହାଯାଇଥିଲା। ହେଲେ ସରକାରଙ୍କ ଚେତାବନୀ ସତ୍ତ୍ବେ ମଧ୍ୟ କମ୍ପାନୀ ଉକ୍ତ ନିଷିଦ୍ଧ କଣ୍ଟେଣ୍ଟକୁ ତା’ର ସାଇଟ୍‌ରୁ ହଟାଇ ନ ଥିଲା। ରୁଷିଆର ଏକ କୋର୍ଟ ଉକ୍ତ ମାମଲାର ବିଚାର କରି ଗୁଗଲ ଉପରେ ୯.୮କୋଟି ଡଲାର ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୭୩୯ କୋଟି ଟଙ୍କାର ଜରିମାନା କରିଛି। ସେହିଭଳି ସମାନ ଅଭିଯୋଗରେ ମଧ୍ୟ କୋର୍ଟ ମେଟା (ଫେସ୍‌ବୁକ) ଉପରେ ମଧ୍ୟ ୨୭.୧୫ ମିଲିୟନ ଡଲାର ଅର୍ଥାତ୍‌ ୨୦୫ କୋଟି ଟଙ୍କାର ଜରିମାନା ଲାଗୁ କରିଛନ୍ତି।

Share