୮୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ,୨୭ା୮: ବାଲେଶ୍ୱର ଜିଲାର ଜଳେଶ୍ବରରେ ପୁଣି ଧଳା ଜହର କାରବାରରେ ଏସ୍‌ଟିଏଫ୍‌ ଟିମ ଜଣକୁ ଗିରଫ କରିବା ସହିତ ୮୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଏସ୍‌ଟିଏଫ୍‌ ଟାର୍ଗେଟରେ ଜଳେଶ୍ବରର ଡ୍ରଗ୍ସ ମାଫିଆ। ଗୁରୁବାର ପୂର୍ବାହ୍ନରେ ଏସ୍‌ଟିଏଫ୍‌ର ଏକ ସ୍ବତନ୍ତ୍ର ଟିମ୍‌ ଜଳେଶ୍ବରରେ ଚଢ଼ାଉ କରି ୮୦୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଗିରଫ କରିଛି । ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୮୦ଲକ୍ଷ ଟଙ୍କା ବୋଲି କୁହାଯାଉଛି। ଏନେଇ ଅଧିକ ତଦନ୍ତ ଜାରିରହିଛି।