ନୂଆ ବଜାର-ବାଲିତରା ସେତୁ ପାଇଁ ୯୭.୨୪ କୋଟି ଟଙ୍କାର ଟେଣ୍ଡରକୁ ମଞ୍ଜୁରୀ

ଭୁବନେଶ୍ୱର,୧୧ା୭(ଅନିଲ ଦାସ):ରାଜ୍ୟ ସରକାର ଇଞ୍ଜିନିୟରିଂ, ପ୍ରୋକ୍ୟୋର୍‌ମେଣ୍ଟ ଆଣ୍ଡ କନ୍‌ଷ୍ଟ୍ରକ୍‌ସନ୍‌ (ଇପିସି) ମୋଡ୍‌ ଚୁକ୍ତି ମାଧ୍ୟମରେ ଖରସ୍ରୋତା ନଦୀରେ କେନ୍ଦ୍ରାପଡ଼ା ଜିଲାର ନୂଆ ବଜାର-ବାଲିତରା ଘାଟ ରାସ୍ତାରେ ଏକ ଉଚ୍ଚ ସେତୁ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ସେତୁ କେନ୍ଦ୍ରାପଡ଼ା ଜିଲାର ଆଳି ଓ ରାଜକନିକା ବ୍ଲକକୁ ସଂଯୋଗ କରିବ। ଏଥିସହିତ ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକକୁ ମଧ୍ୟ ସବୁଦିନିଆ ସଂଯୋଗ କରିପାରିବ। ଏହି ପ୍ରକଳ୍ପ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସିଧାସଳଖ ସଂଯୋଗ ଯୋଗାଇ ଦେବା ସହ ଅର୍ଥନୈତିକ ବିକାଶରେ ସହାୟକ ହୋଇପାରିବ।
ଏହି ପ୍ରକଳ୍ପ ପାଇଁ ଆହ୍ବାନ କରାଯାଇଥିବା ୯୭ କୋଟି ୨୪ ଲକ୍ଷ ୫୦ ହଜାର ୧ ଟଙ୍କାର ଟେଣ୍ଡର କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି। ଏହି ସେତୁର ନିର୍ମାଣ କାର୍ଯ୍ୟ ଆସନ୍ତା ୩୦ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

Share