Categories: ଜାତୀୟ

ଗୃହ ବ୍ୟାପାର ଷ୍ଟାଣ୍ଡିଂ କମିଟିକୁ ଗଲା ପ୍ରସ୍ତାବିତ ବିଲ୍‌: ୩ ମାସ ମଧ୍ୟରେ ଆସିବ ରିପୋର୍ଟ

ନୂଆଦିଲ୍ଲୀ,୧୯ା୮: ବ୍ରିଟିଶ୍‌ ଅମଳର ଭାରତୀୟ ଦଣ୍ଡବିଧି ଆଇନ(ଆଇପିସି), ଆପରାଧିକ ଦଣ୍ଡ ସଂହିତା(ସିଆର୍‌ପିସି) ଏବଂ ସାକ୍ଷ୍ୟପ୍ରମାଣ ଆଇନ ପରିବର୍ତ୍ତେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରସ୍ତାବିତ ଆଇନକୁ ସମୀକ୍ଷା କରିବା ଲାଗି ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କର ଗୃହ ବ୍ୟାପାର ସମ୍ପର୍କିତ ଷ୍ଟାଣ୍ଡିଂ କମିଟିକୁ ପଠାଇ ଦେଇଛନ୍ତି।

୩ ମାସ ମଧ୍ୟରେ ଏହା ଉପରେ ରିପୋର୍ଟ ଦାଖଲ କରିବା ଲାଗି କମିଟିକୁ କୁହାଯାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଗତ ୧୧ ତାରିଖରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ବିଲ୍‌ ଲୋକ ସଭାରେ ଆଗତ କରିଥିଲେ। ଏହା ପାର୍ଲାମେଣ୍ଟର ଅନୁମୋଦନ ପରେ ଆଇପିସି, ସିଆର୍‌ପିସି ଏବଂ ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟ ସ୍ଥାନରେ କାର୍ଯ୍ୟକାରୀ ହେବ।

Share