Categories: ଜାତୀୟ

୪୦ କଂଗ୍ରେସ ବିଧାୟକଙ୍କୁ ପଠାଗଲା ହୋଟେଲ

ଜୟପୁର,୨।୬: ରାଜସ୍ଥାନରେ ୪ ରାଜ୍ୟ ସଭା ଆସନ ଲାଗି ନିର୍ବାଚନ ହେବାକୁ ଥିବାବେଳେ ସମସ୍ତ ଦଳୀୟ ବିଧାୟକଙ୍କୁ ଏକାଠି କରି ରଖିବା ଲାଗି କଂଗ୍ରେସ ପ୍ରାୟ ୪୦ ଜଣଙ୍କୁ ଉଦୟପୁରର ଏକ ହୋଟେଲକୁ ପଠାଇଦେଇଛି। ଏହା ବ୍ୟତୀତ ଅନ୍ୟ କେତେଜଣ ସ୍ବାଧୀନ ବିଧାୟକ ମଧ୍ୟ ଉକ୍ତ ହୋଟେଲ ଅଭିମୁଖେ ଯାଇଥିବା ଜଣାପଡ଼ିଛି। ଗୁରୁବାର ଅପରାହ୍ନରେ ବିଧାୟକମାନେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ବାସଭବନରୁ ଏକ ବସ୍‌ରେ ବାହାରିଥିଲେ। ଉକ୍ତ ବସ୍‌କୁ ପୋଲିସ ଟିମ୍‌ ଏସ୍‌କର୍ଟ ଯୋଗାଇଦେଉଛି।

ସୂଚନାଯୋଗ୍ୟ, ଗୁରୁବାର ରାଜ୍ୟ କଂଗ୍ରେସ କର୍ମଶାଳାରେ ବିଧାୟକମାନେ ଯୋଗଦେବା ପରେ ସେମାନଙ୍କୁ ମଧ୍ୟାହ୍ନ ଭୋଜନ ଲାଗି ଗେହଲଟଙ୍କ ବାସଭବନକୁ ଡକାଯାଇଥିଲା। ରାଜ୍ୟ ସଭା ନିର୍ବାଚନରେ ଭାଜପା ଘୋଡ଼ା ବେପାର କରିବା ଆଶଙ୍କା ଥିବାରୁ କଂଗ୍ରେସ ବିଧାୟକମାନଙ୍କୁ ବସ୍‌ରେ ଉଦୟପୁର ହୋଟେଲ ପଠାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଭାଜପା ଜଣେ ଦଳୀୟ ପ୍ରାର୍ଥୀ ଦେବା ସହ ସ୍ବାଧୀନ ପ୍ରାର୍ଥୀ ଭାବେ ଏକ ଗଣମାଧ୍ୟମର ମାଲିକ ସୁଭାଷ ଚନ୍ଦ୍ର ଗୋଏଙ୍କାଙ୍କୁ ସମର୍ଥନ କରୁଛି। ଅନ୍ୟପକ୍ଷେ କଂଗ୍ରେସ ୩ ଜଣ ପ୍ରାର୍ଥୀ ଦେଇଛି।

Share