Categories: ଖେଳ

SA vs Ind 1st T20I: ବର୍ଷା ପାଇଁ ଅଟକିଲା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍, ବିଳମ୍ବରେ ହେବ ଟସ୍

ନୂଆଦିଲ୍ଲୀ,୨୮।୧୦: ଭାରତୀୟ ଦଳ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ଦୁଇ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି ୨୦ ସିରିଜର ପ୍ରଥମେ ମ୍ୟାଚ୍ ରବିବାର ଡର୍ବାନରେ ଖେଳାଯିବ। କିନ୍ତୁ ଏହାପୂର୍ବରୁ ଡର୍ବାନରେ ବର୍ଷା ଆରମ୍ଭ ହୋଇଯାଇଛି, ଯେଉଁଥିପାଇଁ ମ୍ୟାଚ୍ ପାଇଁ ଟସ୍ ବିଳମ୍ବ ହେବ।

ଏହି ଟି-୨୦ ସିରିଜରେ ସୂର‌୍ୟ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଘରୋଇ ଟି -୨୦ ସିରିଜରେ ସେ ଅଧିନାୟକତ୍ୱ ଗ୍ରହଣ କରିଥିଲେ। ଏହି ସିରିଜରେ ଭାରତୀୟ ଦଳ ମଧ୍ୟ ୪-୧ ର ଦୃଢ଼ ବିଜୟ ହାସଲ କରିଛି।

ଡର୍ବାନରେ ଉଭୟ ଦଳର ରେକର୍ଡ ଦେଖିଲେ ଏଠାରେ ଭାରତ ୫ ଟି -୨୦ ମ୍ୟାଚ୍ ଖେଳିଛି ଯେଉଁଥିରେ ୩ ଟି ଜିତିଛି ଏବଂ ଗୋଟିଏ ମ୍ୟାଚ୍ ଡ୍ର ହୋଇଥିଲା। ଏହି ଗ୍ରାଉଣ୍ଡରେ ଭାରତର ଗୋଟିଏ ଟି -୨୦ ମ୍ୟାଚରେ କୌଣସି ଫଳାଫଳ ବାହାରି ପାରି ନଥିଲା। ବର୍ତ୍ତମାନର ମ୍ୟାଚ୍ ପୂର୍ବରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ଗ୍ରାଉଣ୍ଡରେ କେବଳ ଗୋଟିଏ ମ୍ୟାଚ୍ (୨୦୦୭ ଟି -୨୦ ବିଶ୍ୱକପ୍) ଖେଳାଯାଇଥିଲା, ଯେଉଁଥିରେ ଭାରତ ୩୭ ରନରେ ଜିତିଥିଲା।

Share