ଆର୍‌ଏସ୍‌ପିର ସୁମିତ୍ରା ଭଟ୍ଟାଚାର୍ଯ୍ୟଙ୍କୁ ଉଇଙ୍ଗ୍‌ସ ଅଫ୍‌ ଷ୍ଟିଲ ସମ୍ମାନ

ରାଉରକେଲା,୯ା୧୧(ବିପ୍ଳବରଞ୍ଜନ ଦାଶ): ଆର୍‌ଏସ୍‌ପି ଯୋଗାଯୋଗ ଇଞ୍ଜିନିୟରଂ ବିଭାଗ ମହାପ୍ରବନ୍ଧକ ସୁଶ୍ରୀ ସୁମିତ୍ରା ଭଟ୍ଟାଚାର୍ଯ୍ୟ ଲିଙ୍ଗ ବିବିଧତା ବର୍ଗରେ ଆଏଏସଏର ଉଇଙ୍ଗସ ଅଫ ଷ୍ଟିଲ ସମ୍ମାନ ଲାଭ କରିଛନ୍ତି। ନୂଆଦିଲ୍ଲୀରେ ନଭେମ୍ବର ୭ରେ ଅନୁଷ୍ଠିତ ଇଣ୍ଡିଆନ ଷ୍ଟିଲ କନକ୍ଲେଭର ଏକ ବର୍ଣ୍ଣାଢ୍ୟ ସମାରୋହରେ ଇସ୍ପାତ ସଚିବ ନଗେନ୍ଦ୍ର ନାଥ ସିହ୍ନାଙ୍କଠାରୁ ସୁମିତ୍ରା ଏହି ପୁରସ୍କାର ଗ୍ରହଣ କରିଥିଲେ। ଏ ଅବସରରେ ସେଲ ଅଧ୍ୟକ୍ଷ ଅମରେନ୍ଦୁ ପ୍ରକାଶ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଇସ୍ପାତ ଉଦ୍ୟୋଗରେ ମହିଳାମାନଙ୍କୁ କଠିନ ପରିବେଶରେ ଉତ୍କର୍ଷତା ହାସଲ ନିମନ୍ତେ ଆଇଏସଏର ଲିଙ୍ଗ ବିବିଧତା ପୁରସ୍କାର ପ୍ରଦାନ କରାଯାଏ। ବିଦ୍ୟୁତ୍‌ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ସୁମିତ୍ରା ଇସ୍ପାତ କାରଖାନା ସହିତ ଇସ୍ପାତ ସହରାଞ୍ଚଳରେ ବ୍ୟାପକ ଯୋଗାଯୋଗ ନେଟଓ୍ବର୍କ ଦାୟିତ୍ୱ ନିର୍ବାହ କରୁଛନ୍ତି। ପାରମ୍ପାରିକ ପିସିଏମ ଟିଡିଏମ ଏକ୍ସଚେକୁ ନୂତନ ସର୍ଭର ଆଧାରିତ ସିଷ୍ଟମ(ଆଇଟି ପ୍ଲାଟଫର୍ମ ମାଧ୍ୟମରେ) ଉଭୟ ପ୍ଲାଣ୍ଟକୁ ପ୍ଲାଣ୍ଟ ଓ ଆରଏସପି ଟାଉନସିପରେ ରୂପାନ୍ତରଣ, ମାର୍ଶଲିଙ୍ଗ ୟାର୍ଡରେ ରେଲ ସିଗନାଲିଙ୍ଗ ସିଷ୍ଟମରେ ନବୀକରଣ,୧୯କୋଭିଡ ମହାମାରୀ ସମୟରେ ନୂତନ ଯୋଗାଯୋଗ ପ୍ଲାଟଫର୍ମ ବ୍ୟବସ୍ଥା ପ୍ରବର୍ତ୍ତନ ଇତ୍ୟାଦିରେ ସୁମିତ୍ରା ପ୍ରମୁଖ ଭୂମିକା ଗ୍ରହଣ କରିଥିଲୋ ଆରଏସପି ଓ ବୋକାରୋ ଇସ୍ପାତ କାରଖାନାର ଭାରାପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ସୁମିତ୍ରାଙ୍କ ତାଙ୍କ ସଫଳତା ନେଇ ଅଭିନନ୍ଦନ ଜଣାଇବା ସହ ମହିଳାମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସମାନ ସୁଯୋଗ ଯୋଗାଇ ଦେବାରେ ଆରଏସପି ବିଶ୍ୱାସ କରେ ଓ ଉତ୍କର୍ଷ ହେବାରେ ମହିଳାଙ୍କୁ ପ୍ରୋତ୍ସାହିତ କରେ ବୋଲି କହିଥିଲେ।