Categories: ଜାତୀୟ

ଆରଏସଏସ ନେତା ରଣଜିତ୍‌ ଶ୍ରୀନିବାସଙ୍କ ହତ୍ୟା ମାମଲାରେ ପିଏଫ୍‌ଆଇର ୧୫ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ

ଥିରୁଭାନନ୍ତପୁରମ୍‌,୩୦।୧: ଆରଏସଏସ ନେତା ରଣଜିତ୍‌ ଶ୍ରୀନିବାସଙ୍କ ହତ୍ୟା ମାମଲାରେ କେରଳର ଏକ ସ୍ଥାନୀୟ କୋର୍ଟ ୧୫ ଜଣ ପିଏଫ୍‌ଆଇ କାର୍ଯ୍ୟକର୍ତ୍ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଏହି ସମସ୍ତ ଅଭିଯୁକ୍ତ ଓକିଲ ତଥା ଆରଏସଏସ ନେତାଙ୍କ ହତ୍ୟା ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୨୧ ଡିସେମ୍ବର ୧୯ରେ ରଣଜିତ୍‌ଙ୍କୁ ଆଲାପ୍ପୁଝାସ୍ଥିତ ତାଙ୍କ ଘରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ନିଷିଦ୍ଧ ସଂଗଠନ ପିଏଫ୍‌ଆଇର ସଦସ୍ୟ ଥିଲେ। ମଙ୍ଗଳବାର ରଣଜିତ୍‌ ଶ୍ରୀନିବାସଙ୍କ ହତ୍ୟା ମାମଲାରେ ମାଭେଲିକ୍କାର ଅତିରିକ୍ତ ଜିଲା ସେସନ କୋର୍ଟ ସମସ୍ତ ୧୫ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୨୧ ଡିସେମ୍ବର ୧୯ରେ ରଣଜିତ୍‌ ଶ୍ରୀନିବାସଙ୍କୁ ପିଏଫଆଇ ଏବଂ ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ (ଏସଡିପିଆଇ) ସହ ଜଡିତ କାର୍ଯ୍ୟକର୍ତ୍ତାମାନେ ଆକ୍ରମଣ କରିଥିଲେ। ଏହି ସମୟରେ ଘରେ ତାଙ୍କୁ ତାଙ୍କ ପରିବାର ଆଗରେ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଥିଲା।

Share