Categories: ଜାତୀୟ

ଆର୍‌ଏସଏସ, ମୋହନ ଭାଗବତ ବଦଳାଇଲେ ଟୁଇଟର ଡିପି

ନୂଆଦିଲ୍ଲୀ,୧୩ ।୮: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ) ସ୍ୱାଧିନତା ଦିବସ ପୂର୍ବରୁ ତା’ର ସୋସିଆଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ଚିତ୍ର ଲଗାଇଛି । କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତେ ନିଜ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଡିପିରେ ତ୍ରିରଙ୍ଗା ଲଗାଇବାକୁ ଅପିଲ କରିଥିଲେ । ଏହାପରେ ନିଜେ ପ୍ରଧାନମନ୍ତ୍ରୀଙ୍କ ସମେତ କେତେଜଣ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସାଧାରଣ ଜନତା ନିଜ ନିଜ ଡିପିରେ ତ୍ରିରଙ୍ଗା ଫଟୋ ଲଗାଇଥିବା ଦେଖାଯାଇଛିି ।
ହେଲେ ଆରଏସଏସ ଓ ସଙ୍ଗଠନର ମୁଖ୍ୟ ମୋହନ ଭାଗବତ ତାଙ୍କର ଡିପି ବଦଳାଇ ନ ଥିଲେ । ଏହା ଫଳରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ମୋହନ ଭାଗବତ ବିରୋଧୀଙ୍କ ଟାର୍ଗେଟକୁ ଆସିଯାଇଥିଲେ । ଇତିମଧ୍ୟରେ ଆରଏସଏସ ଓ ମୋହନ ଭାଗବତ ତାଙ୍କର ଡିପି ବଦଳାଇ ଦେଇଛନ୍ତି । ଦୁଇଟି ଯାକ ଆକାଉଣ୍ଟରେ ଏବେ ତ୍ରିରଙ୍ଗା ଚିତ୍ର ଲଗାଯାଇଛି ।

Share