Categories: ଜାତୀୟ

ଆର୍‌ଏସ୍‌ଏସ୍‌,ମୋଦି ବିରୋଧୀ ଏକାଠି ହୁଅନ୍ତୁ: ରାହୁଲ

ନୂଆଦିଲ୍ଲୀ,୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ବିରୋଧ କରୁଥିବା ଦଳଗୁଡ଼ିକ ଏକାଠି ହେବା ଆବଶ୍ୟକ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଆଗାମୀ ସାଧାରଣ ନିର୍ବାଚନରେ ଭାଜପାକୁ କ୍ଷମତାରୁ ହଟାଇବାକୁ ହେଲେ ସବୁ ବିରୋଧୀ ମେଣ୍ଟ ମଜଭୁତ ହେବା ଆବଶ୍ୟକ। ଏଥିପାଇଁ ଆଲୋଚନା ଚାଲିଥିବା ରାହୁଲ ଶୁକ୍ରବାର ଆର୍‌ଜେଡି ନେତା ଶରଦ ଯାଦବଙ୍କୁ ଭେଟିବା ପରେ କହିଛନ୍ତି। ରାହୁଲ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରନ୍ତୁ ବୋଲି ଯାଦବ ଗଣମାଧ୍ୟମକୁ କହିଛନ୍ତି। ଆର୍‌ଜେଡି ନେତା କହିଥିଲେ, ସେ ଦେଶ ପାଇଁ ଚିନ୍ତିତ। ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଇଁ କାର୍ଯ୍ୟ ହେବା ଦରକାର ବୋଲି ସେ ମତ ଦେଇଥିଲେ। ରାହୁଲ ଦଳ ପାଇଁ ଦିନରାତି କାମ କରୁଛନ୍ତି। ତେଣୁ କଂଗ୍ରେସ ତାଙ୍କୁ ଅଧ୍ୟକ୍ଷ କରାଇବା ଉଚିତ ବୋଲି ଯାଦବ କହିଥିଲେ। ଯାଦବ ତାଙ୍କ ଗୁରୁ ବୋଲି ରାହୁଲ କହିଥିଲେ। ଘୃଣାର ପ୍ରସାର ସହ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରାଯାଉଥିବା କଥାରେ ରାହୁଲ ଆର୍‌ଜେଡି ନେତାଙ୍କ ସହ ଏକମତ ହୋଇଥିଲେ।

Share