Categories: ଜାତୀୟ

ଆରଏସଏସ, ଭାଜପା ବିଷ ସଦୃଶ: ଏହାର ସ୍ବାଦ ଚାଖିଲେ ମରିବେ

ପୁଡୁଚେରୀ,୨।୪: ତାମିଲନାଡୁ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଏପ୍ରିଲ ୬ରେ ହେବ। ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ର ଆଦର୍ଶ ଉପରେ ପ୍ରଶ୍ନ କରିଛନ୍ତି। ଭାଜପାକୁ ରାଜ୍ୟରେ ପ୍ରବେଶ ନ କରାଇଦେବାକୁ ସେ ପୁଡୁଚେରୀ ଏବଂ ତାମିଲନାଡୁର ଲୋକଙ୍କୁ ଅପିଲ କରିଛନ୍ତି।
ସେ କହିଛନ୍ତି ଯେ ଆରଏସଏସ ଏବଂ ଭାଜପା ବିଷ ସଦୃଶ। ଯଦି ଏହାର ସ୍ବାଦ ଚାଖିବାକୁ ଚାହଁ, ତେବେ ତୁମେ ମରିବ। ସେମାନେ ଯେକୌଣସି ବାଟେ କର୍ନାଟକରେ ପହଞ୍ଚିଛନ୍ତି। ଏହି ବିଷାକ୍ତ ଚିନ୍ତାଧାରା ତାମିଲନାଡୁ ଏବଂ ପୁଡୁଚେରୀକୁ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ ବୋଲି ଖଡ୍‌ଗେ ଭୋଟରଙ୍କୁ କହିଛନ୍ତି। ସୂଚନାଯୋଗ୍ୟ, ପୁଡୁଚେରୀର ୩୦ଟି ବିଧାନସଭା ଆସନ ପାଇଁ ମତଦାନ ଏପ୍ରିଲ ୬ରେ ମତଦାନ ହେବ।

Share