ନୂଆଦିଲ୍ଲୀ,୨୬।୬: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭାଗବତ ଜୁଲାଇରେ ୫ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯାଉଛନ୍ତି। ଜୁଲାଇ ୧ରୁ ୫ ପର୍ଯ୍ୟନ୍ତ ସେ ଉତ୍ତର ପ୍ରଦେଶରେ ରହିବେ। ରାଜଧାନୀ ଲକ୍ଷ୍ନୌରେ ଭାଗବତ ରହିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ କିଛି ବୈଠକ କରିବା ସହ ଅଯୋଧ୍ୟା ଗସ୍ତ କରିବାର ସମ୍ଭାବନା ରହିଛି।
ସଂଗଠନର ମୁଖ୍ୟ ମୋହନ ଭଗବତ ପୂର୍ବାଞ୍ଚଳ ଉତ୍ତର ପ୍ରଦେଶ ସଂଗଠନର କାର୍ଯ୍ୟନିର୍ବାହୀ ବୈଠକରେ ଯୋଗଦେବେ। ପୂର୍ବାଞ୍ଚଳ ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହେବାକୁ ଥିବା ସଭାଗୁଡ଼ିକରେ ଭାଗବତ ସ୍ବେଚ୍ଛାସେବୀମାନଙ୍କୁ ମନ୍ତ୍ର ଦେବେ। ସାମାଜିକ ଓ ରାଜନୈତିକ ପରିସ୍ଥିତିକୁ ବୁଝିବା ପାଇଁ ସଂଘ ମୁଖ୍ୟ ୟୁପିରେ ୫ଦିନ ରହିବେ। ୨୦୨୪ ନିର୍ବାାଚନ ବର୍ଷ ପୂର୍ବରୁ ତାଙ୍କର ୟୁପି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ୟୁପିରେ ସର୍ବାଧିକ ଲୋକସଭା ଆସନ ରହିଛି। ଏହି ପ୍ରସଙ୍ଗରେ, ଉତ୍ତର ପ୍ରଦେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ।