Categories: ଜାତୀୟ

‘ଯେପର୍ଯ୍ୟନ୍ତ ଆମେ ଚାଇନା ଉପରେ ନିର୍ଭରଶୀଳ, ସେପର୍ଯ୍ୟନ୍ତ ତା’ ସାମ୍ନାରେ ଆମକୁ ମୁଣ୍ଡ ନୁଆଁଇବାକୁ ପଡିବ’

ମୁମ୍ବାଇ,୧୫।୮: ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ ମୁମ୍ବାଇର ରାଜା ସ୍କୁଲରେ ପତାକା ଉତ୍ତୋଳନ କରିଛନ୍ତି। ଏହି ସମୟରେ ସେ ଭାରତର ଆର୍ଥିକ ସ୍ବାଧୀନତା ଉପରେ ନିଜର ମତ ରଖିଥିଲେ। ନିଜ ମତରେ ସେ ଚାଇନା ଉପରେ ନିର୍ଭରଶୀଳତା ଉପରେ ପ୍ରଶ୍ନ ଉଠାଇଥିଲେ। ଭାଗବତ କହିଛନ୍ତି, ଆମେ ଇଣ୍ଟରନେଟ ଏବଂ ଟେକ୍ନୋଲୋଜି ବ୍ୟବହାର କରୁ ଯାହା ମୂଳତଃ ଭାରତରୁ ଆସିନାହିଁ। ଆମେ ଯେତେ ବି ଚାଇନା ବିଷୟରେ ଚିତ୍କାର କରୁ, କିନ୍ତୁ ଆପଣଙ୍କ ଫୋନରେ ସବୁକିଛି ଚାଇନାରୁ ଆସିଛି। ଯେପର୍ଯ୍ୟନ୍ତ ଚାଇନା ଉପରେ ନିର୍ଭରଶୀଳତା ଅଛି, ସେପର୍ଯ୍ୟନ୍ତ ଆମକୁ ଚାଇନା ସାମ୍ନାରେ ମୁଣ୍ଡ ନୁଆଁଇବାକୁ ପଡ଼ିବ ବୋଲି ସେ କହିଛନ୍ତି।

Share