Categories: ଜାତୀୟ

‘ସନାତନକୁ କୌଣସି ପ୍ରମାଣପତ୍ରର ଆବଶ୍ୟକତା ନାହିଁ’: ଆରଏସଏସ ମୁଖ୍ୟ

ନୂଆଦିଲ୍ଲୀ,୩୦ ।୩: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ବୁଧବାର ହରିଦ୍ୱାରରେ କହିଛନ୍ତି, ସନାତନ ଧର୍ମର ପ୍ରମାଣପତ୍ରର କୌଣସି ଆବଶ୍ୟକତା ନାହିଁ । କାରଣ ଏହା ସମୟ ଅନୁସାରେ ପ୍ରମାଣିତ ହୋଇଛି । ସନ୍ୟାସ ଦିକ୍ଷାର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଆପଣ ଆଜି ଗେରୁଆ ରଙ୍ଗ ଧାରଣ କରି ଏହାର ପ୍ରତିଷ୍ଠା ବଢାଇବା ଲାଗି ସଂକଳ୍ପ ନେଇଛନ୍ତି, ହେଲେ ଯେଉଁ ସନାତନ ରହିଛି, ଏହାକୁ କୌଣସି ପ୍ରମାଣପତ୍ରର ଆବଶ୍ୟକତା ନାହିଁ ।
ମୋହନ ଭାଗବତ ଆହୁରି ମଧ୍ୟ କହିଥିଲେ, ‘ ସନାତନ ଧର୍ମ ଯାହା ପ୍ରଥମ ଆରମ୍ଭ ହୋଇଥିଲା, ଆଜିବି ଅଛି କାଲି ବି ରହିବ । ବାକି ସବୁ ବଦଳି ଯାଉଛି । ଏହା ପୂର୍ବରୁ ଆରମ୍ଭ ହୋଇଛି, ଆମେ ଆମର ଆଚରଣରେ ଲୋକଙ୍କୁ ସନାତନ ବୁଝାଇବାକୁ ହେବ । ସେ ଆହୁରି ମଧ୍ୟ କହିଛନ୍ତି, ସନାତନ ଆସୁଛି ଅର୍ଥ ସନାତନ କୁଆଡେ ଯାଇ ନାହିଁ, ସନାତନ ସବୁବେଳେ ରହିଛି । ଆମର ମନ ଆଜି ସନାତନ ଆଡକୁ ଯାଉଛି । କରୋନା ପରେ ଲୋକଙ୍କୁ କାଢାର ଅର୍ଥ ବୁଝା ପଡିଯାଇଛି । ପ୍ରକୃତି ଏମିତି କଡ ଲେଉଟାଇଛି ଯେ ଆମ ସମସ୍ତଙ୍କୁ ସନାତନ ଆଡକୁ କଡ ଲେଉଟାଇବାକୁ ପଡିବ ।

Share