ଜୟପୁର,୭।୪: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଅରଏସଏସ)ର ସହସଂଘଚାଳକ ଡା. ମୋହନ ଭାଗବତ ଶୁକ୍ରବାର ଜୟପୁରର ଜାମଡୋଲାରେ କେଶବ ବିଦ୍ୟାପୀଠରେ ରାଷ୍ଟ୍ରୀୟ ସେବା ଭାରତିର ସେବା ସଙ୍ଗମର ଉଦଘାଟନ କାର୍ଯ୍ୟକ୍ରମରେ ସମ୍ବୋଧନ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ଦକ୍ଷିଣ ଭାରତରେ ହିନ୍ଦୁ ଆଧ୍ୟାତ୍ମିକ ଗୁରୁଙ୍କ ଦ୍ୱାରା କରାଯାଇଥିବା ସେବା ମିଶନାରୀଙ୍କଠାରୁ ଯଥେଷ୍ଟ ଅଧିକ।
ଭାଗବତ କହିଛନ୍ତି, ସାଧାରଣତଃ ଦେଶର ଜ୍ଞାନି ଲୋକେ ସେବା କରିବା ପରେ ମିଶନାରୀମାନଙ୍କ ନାମ ନେଇ ଥାଆନ୍ତି। ମିଶନାରୀମାନେ ସମଗ୍ର ବିଶ୍ୱରେ ଅନେକ ବିଦ୍ୟାଳୟ ଓ ହସ୍ପିଟାଲ ଚଳାନ୍ତି, ଏହା ସମସ୍ତଙ୍କୁ ଜଣା। ହେଲେ ଦକ୍ଷିଣ ଭାଗରେ ଆମର ଆଚାର୍ଯ୍ୟ, ମୁନିସ ଏବଂ ସନ୍ୟାସୀ ସମସ୍ତେ ମିଳିମିଶି ଯେଉଁ ସେବା କରନ୍ତି ତାହା ମିଶନାରୀଙ୍କ ସେବାଠାରୁ ବହୁଗୁଣା ଅଧିକ।