Categories: ଜାତୀୟ

ୟୁପିଏସସି ଜାଗାରେ ଆରଏସଏସରେ ହେଉଛି ଭର୍ତ୍ତି, ଛଡାଇ ନିଆଯାଉଛି ସଂରକ୍ଷଣ: ରାହୁଲ

ନୂଆଦିଲ୍ଲୀ,୧୮।୮: କଂଗ୍ରେସ ଏମପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। ୟୁପିଏସସି ଦ୍ୱାରା କରାଯାଇଥିବା ସମ୍ପ୍ରତି ନିଯୁକ୍ତି ସମ୍ପର୍କରେ ସେ କହିଛନ୍ତି ଯେ ଏହି ସରକାର ଲୋକସେବା ଆୟୋଗ ପରିବର୍ତ୍ତେ ‘ରାଷ୍ଟ୍ରୀୟ ସ୍ବୟଂସେବାକ ସଂଗଠନ’ ମାଧ୍ୟମରେ ବଡ ପଦବୀରେ ନିଯୁକ୍ତି କରୁଛନ୍ତି।
ରାହୁଲ ଗାନ୍ଧୀ କହିଛନ୍ତି ଯେ ନରେନ୍ଦ୍ର ମୋଦି କେନ୍ଦ୍ର ଲୋକସେବା ଆୟୋଗ ପରିବର୍ତ୍ତେ ‘ରାଷ୍ଟ୍ରିୟ ସ୍ବୟଂସେବାକ ସଂଗଠନ’ ମାଧ୍ୟମରେ ସରକାରୀ କର୍ମଚାରୀ ନିଯୁକ୍ତି କରି ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି। ଲେଟରାଲ ଏଣ୍ଟ୍ରି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ ଗୁରୁତ୍ୱପୂର୍ଣ୍ଣ ପଦବୀ ନିଯୁକ୍ତି କରି ଏସସି, ଏସଟି ଏବଂ ଓବିସି ବର୍ଗର ସଂରକ୍ଷଣ ଖୋଲାଖୋଲି ଭାବେ ଛଡ଼ାଇ ନେଉଛନ୍ତି।

Share