Categories: ଜାତୀୟ

କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟର ନିଷ୍ପତ୍ତି ନେଉଛି ଆରଏସଏସ: ରାହୁଲଙ୍କ ଅଭିଯୋଗ…

ନୂଆଦିଲ୍ଲୀ,୧୯।୮ : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟାଗେର୍ଟ କରିଛନ୍ତି ସେ ଅଭିଯୋଗ କରିଛନ୍ତି ସଂଘ ଦେଶର ପ୍ରତ୍ୟେକ ଅନୁଷ୍ଠାନରେ ନିଜ ଲୋକଙ୍କୁ ସ୍ଥାନ ଦେଉଛି। ଲଦାଖରେ ଜନସାଧାରଣଙ୍କ ମଧ୍ୟରେ ହୋଇଥିବା ଏକ ଭିଡିଓ କ୍ଲିପ୍ରେ ସେ ଦାବି କରିଛନ୍ତି କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀମାନେ ନିଷ୍ପତ୍ତି ନେଉନାହାଁନ୍ତି, ବରଂ ମନ୍ତ୍ରଣାଳୟରେ କ’ଣ ଘଟିବ ସେନେଇ ଆରଏସଏସ ନିଷ୍ପତ୍ତି ନେଉଛି।

ଆରଏସଏସ ଦେଶରେ ସବୁକିଛି ଚଳାଉଛି। ଆପଣ ଯଦି କୌଣସି କେନ୍ଦ୍ର ସରକାରଙ୍କ ମନ୍ତ୍ରୀଙ୍କୁ ପଚାରନ୍ତି ତେବେ ସେମାନେ ଆପଣଙ୍କୁ କହିବେ ଆରଏସଏସ ସଦସ୍ୟ ପ୍ରକୃତରେ ସେମାନଙ୍କର ମନ୍ତ୍ରଣାଳୟ ଚଳାଉଛନ୍ତି। ଆରଏସଏସ ଦ୍ୱାରା ନିଯୁକ୍ତ ଲୋକମାନେ ପ୍ରକୃତରେ ଏହି ମନ୍ତ୍ରଣାଳୟ ଚଳାଉଛନ୍ତି ଏବଂ ସବୁକିଛି ପରାମର୍ଶ ଦେଉଛନ୍ତି।

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଅଭିଯୋଗ କରିଥିଲେ ଆରଏସଏସ-ଭାଜପାର ଚିନ୍ତାଧାରାରେ ପ୍ରତ୍ୟେକ ପରିବାରରେ ତ୍ରିରଙ୍ଗା ଉତ୍ତୋଳନ ଅଭିଯାନ ଚଳାଇଛି କାରଣ ସେମାନେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଭାରତ ଛାଡ ଆନ୍ଦୋଳନକୁ ସମର୍ଥନ କରି ନ ଥିଲେ।
ଆରଏସଏସ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱାଧୀନ ଭାରତ ଛାଡ ଆନ୍ଦୋଳନକୁ ବିରୋଧ କରିଥିଲା।

ଭାଜପା-ଆରଏସଏସ ବର୍ତ୍ତମାନ ଏକ ନୂତନ ଭାରତ ଛାଡ ଆନ୍ଦୋଳନ ଚଳାଉଛନ୍ତି। ଏହା ଅନ୍ତର୍ଗତ ବ୍ୟାଙ୍କ ଠକେଇ ପରେ ଶିଳ୍ପପତିମାନଙ୍କୁ ଦେଶ ଛାଡିବାକୁ ଅନୁମତି ଦିଆଯାଉଛି।

Share