Categories: ଜାତୀୟ

ମସଜିଦ-ଚର୍ଚ୍ଚ ଥିବା ରାସ୍ତାରେ ରାଲି କରିପାରିବ ଆରଏସଏସ

ଚେନ୍ନାଇ,୨୧।୧୦: ରାଷ୍ଟ୍ରିୟ ସଂୟ ସେବକ ସଂଗଠନ (ଆରଏସଏସ)କୁ ମସଜିଦ-ଚର୍ଚ୍ଚ ଥିବା ରାସ୍ତାରେ ରାଲି କିମ୍ବା ପଦଯାତ୍ରା କରିବାକୁ ଅନୁମତି ମଳିଛି। ୨୨ରୁ ୨୯ଅକ୍ଟୋବର ତାମିଲନାଡୁର ୩୫ଟି ସ୍ଥାନରେ ପଦଯାତ୍ରା ଆୟୋଜନ କରିବାକୁ ମାଡ୍ରାସ ହାଇକୋର୍ଟ ଆରଏସଏସକୁ ଅନୁମତି ଦେଇଛନ୍ତି। ରାସ୍ତାରେ ମସଜିଦ ଏବଂ ଚର୍ଚ୍ଚ ପରି ଧାର୍ମିକ ଅନୁଷ୍ଠାନ ଥିଲେ ପଦଯାତ୍ରା ପାଇଁ ଅନୁମତି ଦେଇ ନ ଥିଲେ ତାମିଲନାଡୁ ସରକାର। ଏହି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି ହାଇକୋର୍ଟ। ସମ୍ବିଧାନରେ ଧାର୍ଯ୍ୟ ଧର୍ମନିରପେକ୍ଷତା ନୀତିକୁ ବିରୋଧ କରାଯାଉଛି ବୋଲି କୋର୍ଟ ଶୁଣାଣି ସମୟରେ କହିଛନ୍ତି।

ଜଷ୍ଟିସ ଜି ଜୟଚନ୍ଦ୍ରନଙ୍କ ବେଞ୍ଚ ରାଜ୍ୟ ପୋଲିସକୁ ପ୍ରସ୍ତାବିତ ରୁଟରେ ରାଲି ଆୟୋଜନ କରିବାକୁ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଛି। କୋର୍ଟ କହିଛନ୍ତ ଏହି ପଦଯାତ୍ରା ପାଇଁ ଅନୁମତି ପ୍ରଦାନ ନ କରିବାର ମୁଖ୍ୟ କାରଣ ହେଉଛି କେତେକ ପ୍ରସ୍ତାବିତ ମାର୍ଗରେ ମସଜିଦ, ଚର୍ଚ୍ଚ ଏବଂ ଡିଏମକେର ଏକ ଆଞ୍ଚଳିକ କାର୍ଯ୍ୟାଳୟର ଉପସ୍ଥିତି ଏବଂ କେତେକ ରାସ୍ତାରେ ଯାତାୟାତରେ ଅସୁବିଧା। ତେବେ ରାଲି ପାଇଁ ଅନୁମତି ନ ଦେବାର ଏହି କାରଣଗୁଡିକ ବୈଧ ବୋଲି ବିବେଚନା କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

Share