Categories: ଜାତୀୟ

ଜାନୁୟାରୀ ୨୨ରେ ୧୧ଥର ଶ୍ରୀ ରାମ ଜପ କରିବାକୁ ମୁସଲମାନମାନଙ୍କୁ ଅପିଲ୍‌ କଲେ ଆର୍‌ଏସ୍‌ଏସ୍‌ ସଦସ୍ୟ

ନୂଆଦିଲ୍ଲୀ,୧।୧:ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌)ର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦେଶର ମୁସଲମାନମାନଙ୍କୁ ଏକ ଅପିଲ୍‌ କରିଛନ୍ତି। ସେ ଆଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଦିନ ଅର୍ଥାତ୍‌ ୨୨ ଜାନୁୟାରୀରେ ମସଜିଦ୍‌, ଦରଘା ଏବଂ ମଦରସାରେ ଶ୍ରୀ ରାମ, ଜୟ ରାମ, ଜୟ ରାମ, ଜୟ ଜୟ ରାମ ଜପ କରିବାକୁ ଅପିଲ୍‌ କରିଛନ୍ତି।
ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟରେ କହିଛନ୍ତି, ଭାରତରେ ୯୯ ପ୍ରତିଶତ ମୁସଲମାନ ଓ ଅନ୍ୟ ଅଣହିନ୍ଦୁ ଦେଶ ସହ ଯୋଡି ହୋଇ ରହିଛନ୍ତି। ସେମାନଙ୍କ ସହ ସମ୍ପର୍କ ଆଗକୁ ମଧ୍ୟ ଜାରି ରହିବ। କାରଣ ଆମର ପୂର୍ବପୁରୁଷ ଗୋଟିଏ ଧର୍ମର ଥିଲେ। ସେମାନେ ନିଜ ଧର୍ମ ପରିବର୍ତ୍ତନ କରିଥିଲେ,କିନ୍ତୁ ଦେଶ ନୁହେଁ।

Share