Categories: ଜାତୀୟ

‘୩ ପିଲା ରହିବା ଉଚିତ୍…’ମୋହନ ଭଗବତଙ୍କ ବୟାନ ପରେ ରାଜନୈତିକ ବିବାଦ, ପ୍ରଶ୍ନ ଉଠାଇଲେ କଂଗ୍ରେସ ଏବଂ ଓୱାଇସି

ନୂଆଦିଲ୍ଲୀ,୧।୧୨: ଜନସଂଖ୍ୟା ବୃଦ୍ଧି ହାର (ପ୍ରଜନନ ହାର) ହ୍ରାସକୁ ନେଇ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଏକ ସମାଜର ଜନସଂଖ୍ୟା ଅଭିବୃଦ୍ଧି ହାର ୨.୧ ତଳକୁ ଖସିଯାଏ, ସେତେବେଳେ ଗୋଟିଏ ସମାଜ ଧୀରେ ଧୀରେ ନଷ୍ଟ ହୋଇଯାଏ। ଏକ କାର୍ଯ୍ୟକ୍ରମ ସମୟରେ ଭାଗବତ ଏହି ବିବୃତ୍ତି ଦେଇଛନ୍ତି ଯେଉଁଥିରେ ସେ ଜନସଂଖ୍ୟା ନୀତିକୁ ନେଇ ଉଦବେଗ ପ୍ରକାଶ କରିଥିଲେ।

ଭଗବତ ଗୁରୁତ୍ୱ ଆରୋପ କରିଥିଲେ କି, ଜନସଂଖ୍ୟା ହ୍ରାସ କାରଣରୁ ଅନେକ ଭାଷା ଏବଂ ସମାଜ ନଷ୍ଟ ହୋଇଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜନସଂଖ୍ୟା ବୃଦ୍ଧି ହାର ୨.୧ କୁ ବଜାୟ ରଖିବା ପାଇଁ ସମାଜ ଦୁଇରୁ ଅଧିକ ପିଲା ଆବଶ୍ୟକ ଅଟେ। ଜନସଂଖ୍ୟା ନୀତିକୁ ଇଙ୍ଗିତ କରି ସେ କହିଛନ୍ତି, “ଆମ ଦେଶର ଜନସଂଖ୍ୟା ନୀତି ୧୯୯୮ କିମ୍ବା ୨୦୦୨ ମସିହାରେ ସ୍ଥିର କରାଯାଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଜନସଂଖ୍ୟା ବୃଦ୍ଧି ହାର ୨.୧ ରୁ କମ୍ ହେବା ଉଚିତ୍ ନୁହେଁ। ଯଦି ଆମର ଜନସଂଖ୍ୟା ୨.୧ ଯଦି ଆମେ ଅଭିବୃଦ୍ଧି ହାର ଚାହୁଁ, ତେବେ ଆମକୁ ଦୁଇରୁ ଅଧିକ ପିଲା ଆବଶ୍ୟକ ଅଟେ।

ତେବେ ମୋହନଙ୍କ ଏହି ବୟାନ ପରେ ବିରୋଧୀଦଳମାନେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ତେବେ ମୋହନଙ୍କ ଏହି ବୟାନ ପରେ ବିରୋଧୀ ଦଳମାନେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସମାଜବାଦୀ ପାର୍ଟି ମୁଖପାତ୍ର ଫକରୁଲ ହସନ ଚାନ୍ଦ କହିଛନ୍ତି, ଗତ କିଛି ସମୟ ହେବ, ଯେତେବେଳେ ବି ମୋହନ ଭଗବତ କିଛି କହୁଛନ୍ତି, ସେ ଭାଜପାକୁ ଅସହଜ କରି ଦେଉଛନ୍ତି।ଗତଥର ମଧ୍ୟ ଯେତେବେଳେ ମୋହନ ଭଗବତ କହିଥିଲେ ଯେ ପ୍ରତ୍ୟେକ ମସଜିଦରେ କାହିଁକି ମନ୍ଦିର ଖୋଜିବା, ସେତେବେଳେ ବି ଭାଜପା ଲୋକ ଯେଉଁମାନେ କେବଳ ମନ୍ଦିର ଏବଂ ମସଜିଦ ରାଜନୀତି କରନ୍ତି, ସେମାନଙ୍କ ପାଖରେ ଏହାର ଉତ୍ତର ନଥିଲା।

ସେହିଭଳି କଂଗ୍ରେସ ନେତା ତଥା ଉମାଙ୍ଗ ସିଙ୍ଗର ମଧ୍ୟ ମୋହନ ଭଗବତଙ୍କ ବିବୃତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ମୋହନ ଭଗବତଙ୍କୁ ପ୍ରଶ୍ନ କରି କଂଗ୍ରେସ କହିଛି, ‘ଯେଉଁମାନେ ବର୍ତମାନ ଅଛନ୍ତି ସେମାନଙ୍କୁ ଚାକିରି ଦିଅ, ଚାକିରି ନାହିଁ, ଫସଲ ଜମି ହ୍ରାସ ପାଉଛି। ମୋହନ ଭଗବତ ୨ ରୁ ଅଧିକ ସନ୍ତାନ କଥା କହୁଛନ୍ତି। ଯେତେବେଳେ କି ଦେଶରେ ଭୟଙ୍କର ବେକାରୀ ସମସ୍ୟା ରହିଛି।

Share