ଭୁବନେଶ୍ୱର,୧୯ା୮(ବ୍ୟୁରୋ): ସେପ୍ଟେମ୍ବର ପହିଲାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଅଧିବେଶନ ପୂର୍ବରୁ ବିଧାନସଭାର ସମସ୍ତ ସଦସ୍ୟ, ସେମାନଙ୍କ ଡ୍ରାଇଭର ଏବଂ ବ୍ୟକ୍ତିଗତ କର୍ମଚାରୀ, ବିଧାନସଭାରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କର ମଧ୍ୟ ଆର୍ଟି-ପିସିଆର୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏଥିସହିତ ସମସ୍ତ କୋଭିଡ୍ ନିୟମ ପାଳନ କରାଯିବ। ଗୁରୁବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଅଗଷ୍ଟ ୨୯, ୩୦ ଏବଂ ୩୧ ତାରିଖ ୩ଦିନ ଧରି ସକଳା ୮ଟା ୩୦ରୁ ମଧ୍ୟାହ୍ନ ୧ଟା ୩୦ ଏବଂ ଅପରାହ୍ନ ୩ ଟାରୁ ୫ଟା ପର୍ଯ୍ୟନ୍ତ ଆର୍ଟି-ପିସିଆର୍ ଟେଷ୍ଟ କରାଯିବ।