Categories: ଜାତୀୟ

ସବୁ ଅଭିଯୁକ୍ତ ଦୋଷମୁକ୍ତ

ବେଙ୍ଗାଲୁରୁ,୧୨ା୧୧: ଆର୍‌ଟିଆଇ କର୍ମୀ ତଥା ‘ମହାପ୍ରଚଣ୍ଡ’ ଖବରକାଗଜର ସମ୍ପାଦକ ଲିଙ୍ଗାରାଜୁ ହତ୍ୟା ମାମଲାରେ ଉପଯୁକ୍ତ ତଥ୍ୟ ପ୍ରମାଣ ଅଭାବରୁ କର୍ନାଟକ ହାଇକୋର୍ଟ ସମସ୍ତ ୧୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୧୨ ନଭେମ୍ବର ୧୨ରେ ଲିଙ୍ଗାରାଜୁଙ୍କୁ ୩ ଜଣ ସଶସ୍ତ୍ର ବ୍ୟକ୍ତି ହତ୍ୟା କରିଥିଲେ। ପୋଲିସ ମୋଟ ୧୨ ଅଭିଯୁକ୍ତଙ୍କ ନାଁରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ୨୦୨୦ ଅକ୍ଟୋବର ୨୮ରେ ବେଙ୍ଗାଲୁରୁର ଅତିରିକ୍ତ ସେସନ୍ସ କୋର୍ଟ ଅଭିଯୁକ୍ତମାନଙ୍କୁ ଦୋଷୀସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡ ଦେଇଥିଲେ। ଏହି ଦଣ୍ଡାଦେଶକୁ ସେମାନେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Share