କଟକଣା ବିଜ୍ଞପ୍ତି ବଦଳାଇଲେ ଆର୍‌ଟିଓ

ବରଗଡ଼,୯।୧୦(ପ୍ରେମାନନ୍ଦ ଖମାରୀ): ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ପ୍ରାୟ ମାସେ ରହିଛି। ଏଭଳି ସ୍ଥଳେ ବରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ସାବୁଆ ମାଝି ସୋମବାର ଏକ ପ୍ରେସ ବିଜ୍ଞପ୍ତି (ନଂ-୨୩୮୪, ତା-୭।୧୦।୨୪) ପ୍ରକାଶ କରିଥିଲେ। ଧାନ ପରିବହନ ଗାଡ଼ିର କାଗଜାତ୍‌ ଠିକ୍‌ ନ ଥିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେଥିରେ ଉଳ୍ଲେଖ ରହିଥିଲା। ଏହା ଜାଣିବା ପରେ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କାଗଜାତ୍‌ ଠିକ୍‌ ନ ଥିବା ଅନେକ ହାଇୱା, ଟ୍ରାକ୍ଟର, ଟ୍ରକ୍‌ ଆଦିରେ ବାଲି, ଇଟା, ପଥର, ମୋରମ ଆଦି ପ୍ରତିଦିନ ଚାଲାଣ ହେଉଥିବାବେଳେ ସେଥିପ୍ରତି ଆଞ୍ଚଳିକ ପରିବହନ ବିଭାଗ ଆଖିବୁଜି ଦେଇଥିବା ଚାଷୀନେତାମାନେ ଅଭିଯୋଗ କରିଥିଲେ। ଅନ୍ୟପଟେ ଧାନ ସଂଗ୍ରହ ଅବ୍ୟବହିତ ପୂର୍ବରୁ କେବଳ ଧାନ ପରିବହନ ଗାଡ଼ି ଉପରେ ସେଭଳି କାର୍ଯ୍ୟାନୁଷ୍ଠାନ ନେଇ ଆର୍‌ଟିଓଙ୍କ ପ୍ରେସ ବିଜ୍ଞକ୍ତିକୁ ଚାଷୀ ପ୍ରତିନିିଧିମାନେ ନାପସନ୍ଦ କରିବା ସହିତ ସେହି ବିଜ୍ଞପ୍ତିକୁ ତୁରନ୍ତ ପ୍ରତ୍ୟାହାର କରି ନେବାକୁ ଦାବି କରିଥିଲେ।
ଏହାସହିତ ଚାଷୀନେତା ସୁରେଶ ନେକାଣ୍ଟିଙ୍କ ନେତୃତ୍ୱରେ ମଙ୍ଗଳବାର ଏକ ଚାଷୀ ପ୍ରତିନିଧି ଦଳ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଆରଟିଓ ମାଝିଙ୍କୁ ଭେଟି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାପରେ ଆରଟିଓ ମାଝି ସେହି ବିଜ୍ଞପ୍ତିର ରୂପରେଖ ବଦଳାଇଛନ୍ତି। ନୂତନ ବିଜ୍ଞପ୍ତି (ନଂ.୨୩୮୮, ତା-୮।୧୦।୨୪)ରେ ଧାନ ପରିବହନ ଗାଡ଼ିକୁ ନିର୍ଦ୍ଦିଷ୍ଟ ଭାବେ ଆଉ ଉଲ୍ଲେଖ ନ କରି ଜିଲାରେ ବିନା କାଗଜାତ୍‌ରେ ଚାଲୁଥିବା ଗାଡ଼ି ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଲ୍ଲେଖ କରିବା ସହିତ ସମ୍ପୃକ୍ତ ଗାଡ଼ିି ମାଲିକ ସେମାନଙ୍କ ଗାଡ଼ି ଗୁଡ଼ିକର କାଗଜାତ୍‌ ବୈଧ ତଥା ନବୀକରଣ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଆର୍‌ଟିଓ ପ୍ରେସ ବିଜ୍ଞପ୍ତି ବଦଳାଇବା ପରେ ଆଗକୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟବହୃତ ଗାଡ଼ି ଗୁଡ଼ିକର କାଗଜାତ୍‌ ଠିକ୍‌ ନ ଥିଲେ, ସେଥିପ୍ରତି ଆଞ୍ଚଳିକ ପରିବହନ ବିଭାଗର ନଜର କିଭଳି ରହିବ, ତାହା ସମୟ କହିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷରୁ ନୂଆ ନିୟମ: ଆଉ ୩ ମାସରେ ଥରେ ମିଳିବନି ରାସନ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୧।୧୨: ଆଉ ୩ ମାସରେ ଥରେ ନୁହେଁ, ପ୍ରତି ମାସରେ ହିତାଧିକାରୀଙ୍କୁ ରାସନ ମିଳିବ। ଏନେଇ ଶନିବାର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।...

୨୮ରେ ସମ୍ବଲପୁର ଆସିବେ ଶାହା

ଭୁବନେଶ୍ୱର,୨୧।୧୨: ଓଡ଼ିଶା ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଆସନ୍ତା ୨୮ରେ ସେ ସମ୍ବଲପୁର ଗସ୍ତ କରିବେ। ଏନେଇ ଶନିବାର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର...

ଶୁଝିପାରିଲେନି ଲୋନ୍‌, ଘର ସିଲ୍‌ କଲା ବ୍ୟାଙ୍କ

ହିଞ୍ଜିଳିକାଟୁ,୨୧ା୧୨: ବ୍ୟାଙ୍କରୁ ଘର ବନ୍ଧକ ରଖି ଆଣିଥିଲେ ଋଣ। ବ୍ୟାଙ୍କର ବାରମ୍ବାର ସୂଚନା ସତ୍ତ୍ବେ ଦୀର୍ଘଦିନ ଧରି ଋଣ ଟଙ୍କା ଶୁଝି ନ’ପାରିବାରୁ ଋଣଖିଲାପକାରୀଙ୍କ ଘରକୁ...

କାଲିଠୁ କମିବ ବର୍ଷା

ଭୁବନେଶ୍ୱର,୨୧।୧୨: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବା ପରେ ରବିବାରଠାରୁ ବର୍ଷାର ପରିମାଣ କମିବ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର...

ଚତୁର୍ଥ ପର୍ଯ୍ୟାୟରେ ‘ସୁଭଦ୍ରା ଟଙ୍କା’ ପାଇବେ ୨୦ ଲକ୍ଷ ମହିଳା, ଏହି ଦିନ ଆକାଉଣ୍ଟକୁ ଆସିବ ଟଙ୍କା…

ଭୁବନେଶ୍ୱର,୨୧।୧୨: ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କାକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଉପରୁ ହଟିଛି ପରଦା। ଏବେ ଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ କରାଯାଉଛି। ଯାଞ୍ଚ ସରିଲେ...

ଦୁର୍ବଳ ହେଉଛି ଅବପାତ, ଖୋର୍ଦ୍ଧାରେ ସବୁଠୁ ଅଧିକ ବର୍ଷା

ଖୋର୍ଦ୍ଧା,୨୧ା୧୨: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହି ଅବପାତଟି ଆସନ୍ତା ୧୨ ଘଣ୍ଟା ଭିତରେ ଦୁର୍ବଳ ହେବା ନେଇ ଭୁବନେଶ୍ୱର...

ଟ୍ରଲର ଡ୍ରାଇଭର, ମତ୍ସ୍ୟଜୀବୀଙ୍କ ଘରୁ ହଟୁନି ଭିଏଚ୍‌ଏଫ୍‌ ଟାୱାର

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥାରେ ଅଲିଭ ରିଡ୍‌ଲେ କଇଁଛଙ୍କ ପାଇଁ ସାମୁଦ୍ରିକ ଅଭୟାରଣ୍ୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। କଇଁଛଙ୍କ ପାଇଁ...

ଇକୋ ରିଟ୍ରିଟ୍‌ରେ ଖୋଲିଲା କ୍ଷୁଦ୍ରଦାନା ଶସ୍ୟର ଷ୍ଟଲ୍‌, ପର୍ଯ୍ୟଟକଙ୍କୁ ମିଳିବ ମାଣ୍ଡିଆ-କାଙ୍ଗୁ

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ସରକାରଙ୍କ ଶ୍ରୀଅନ୍ନ ଅଭିଯାନରେ ପର୍ଯ୍ୟଟକଙ୍କୁ ଏବେ ହାତ ପାହାନ୍ତାରେ ମିଳିବ କ୍ଷୁଦ୍ରଦାନା ଶସ୍ୟରେ ପ୍ରସ୍ତୁତି ସମସ୍ତ ପ୍ରକାର ଖାଦ୍ୟ। ଏହାକୁ ସରକାରଙ୍କ ଶ୍ରୀଅନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri