ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆର୍‌ଟିଓ ଡାଟା ଏଣ୍ଟ୍ରି ଅପରେଟର

ଛତ୍ରପୁର,୮।୨(ସନ୍ତୋଷ ପାଢ଼ୀ/ ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଆର୍‌ଟିଓ କାର୍ଯ୍ୟାଳୟ ଡାଟା ଏଣ୍ଟ୍ରି ଅପରେଟର ଗୌରହରି ପାଢ଼ୀ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ମିଳିଥିବା ସୂଚନା ମୁତାବକ, କରୋନା ବେଳେ ୨୦୨୦ ଏପ୍ରିଲ ପହିଲାରୁ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୨ଟି ଗାଡ଼ିର ଟିକସ୍‌ ବାବଦରେ ଜରିମାନା ଛାଡ଼ କରିଦେବାକୁ ଡାଟା ଏଣ୍ଟ୍ରି ଅପରେଟର ଗୌରହରି ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ବ୍ୟକ୍ତି ଜଣକ ବ୍ରହ୍ମପୁର ଭିଜିଲାନ୍ସରେ ଲିଖିତ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଗୌରହରି ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ଅଧିକାରୀ ତାଙ୍କୁଠାରୁ ନଗଦ ୧୨ ହଜାର ଟଙ୍କା ଜବତ କରି ତାଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ତଦନ୍ତ ଜାରି ରଖିଛି। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା (ନଂ.୨/୨୪ ) ରୁଜୁ କରିଛି।

Share