ରାୟଗଡ଼ା,୫ା୧୦(ଭାଗ୍ୟଶ୍ରୀ ମିଶ୍ର): ଓଡ଼ିଶା ଟ୍ରାନ୍ସ ପୋର୍ଟ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଦିନିକିଆ ସ୍କୁଲ ବସ୍ ଯାଞ୍ଚ କରାଯାଉଛି। ରାୟଗଡ଼ା ସହରର କପିଳାସ ଛକରେ ଆଜି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏହି ଯାଞ୍ଚ କରାଯାଇଛି। ଇନ୍ସପେକ୍ଟର ଜେ.ଭରା ସଗରିଆଙ୍କ ନେତୃତ୍ୱରେ ଏହି ଯାଞ୍ଚ ହୋଇଛି। ବର୍ତ୍ତମାନ ସୁଦ୍ଧା ୧୨ଟି ଗାଡ଼ି ଯାଞ୍ଚ ହୋଇଛି। ସେଥିରୁ ୬ଟି ଗାଡ଼ିର କାଗଜପତ୍ର ଠିକ୍ ନ ଥିବାରୁ ପ୍ରାୟ ୬୫୦୦୦ ଟଙ୍କା ଫାଇନ କରାଯାଇଛି ଏବଂ ୨ଟି ଗାଡ଼ି ସିଜ୍ କରାଯାଇଛି।
Posted inଆମ ଜିଲା ଖବର, ରାଜ୍ୟ, ରାୟଗଡା