ଆର୍‌ଟିଓ ଦେବେ ଆନ୍ତଃ ରାଜ୍ୟ ବସ୍‌ ପର୍‌ମିଟ୍‌

ଭୁବନେଶ୍ୱର,୩ା୯(ବ୍ୟୁରୋ)-ଆନ୍ତଃ ରାଜ୍ୟ ବସ୍‌ ପରିବହନ ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ) ସ୍ବତନ୍ତ୍ର ଅନୁମତି(ସ୍ପେଶାଲ ପର୍‌ମିଟ୍‌) ଦେବେ। ସାଧାରଣ ପରିବହନ ସେବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ)ଙ୍କୁ ଅନୁମତି ଦେବାକୁ ପଡୁଥିଲା। ଅନୁମତି ପାଇବା ପାଇଁ ଏସ୍‌ଟିଏ କାର୍ଯ୍ୟାଳୟରେ ବସ୍‌ମାଲିକ ଓ ସେମାନଙ୍କର ପ୍ରତିନିଧିମାନଙ୍କ ପ୍ରବଳ ଭିଡ଼ ହେଉଛି। ଏହାକୁ ଦୃଷ୍ଟିରେ ରଖି ଆର୍‌ଟିଓମାନଙ୍କୁ ଏହି କ୍ଷମତା ହସ୍ତାନ୍ତର କରାଯାଇଥିବା ଏସ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ମହାମାରୀ ସଂକ୍ରମଣ ଆଶଙ୍କା ଥିବାରୁ ଯାତ୍ରୀବାହୀ ବସ୍‌ଗୁଡ଼ିକୁ ତନଖି କରିବାର ଆବଶ୍ୟକତା ରହିଛି। ‘ବାହନ’ ଜରିଆରେ ଅନ୍‌ଲାଇନ ଆବେଦନ ପାଇଁ ପଦକ୍ଷେପ ନିଆଯାଉଥିବା ଏସ୍‌ଟିଏ ପକ୍ଷରୁ କୁହାଯାଇଛି। ବସ୍‌ ମାଲିକମାନେ ଅନ୍‌ଲାଇନ ଜରିଆରେ ସ୍ବତନ୍ତ୍ର ଅନୁମତି ନେଇପାରିବେ। ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା ଆରମ୍ଭ କରାଯିବ। ଆର୍‌ଟିଓମାନେ ସ୍ବତନ୍ତ୍ର ଅନୁମତି ଆବେଦନ କରିବା ଦିନ ବସ୍‌ ମାଲିକଙ୍କୁ ପର୍‌ମିଟ୍‌ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାହନ ଆପ୍ଲିକେଶନ ଆରମ୍ଭ ହେବା ଯାଏ ବସ୍‌ମାଲିକମାନେ ଆର୍‌ଟିଓ କାଉଣ୍ଟରରେ ଆବେଦନ କରି ସ୍ପେଶାଲ ପର୍‌ମିଟ୍‌ ନେଇପାରିବେ ବୋଲି କୁହାଯାଇଛି।ଏହି ସ୍ପେଶାଲ ପର୍‌ମିଟ୍‌ ୧୫୦ ଦିନ ଅର୍ଥାତ୍‌ ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏ ପ୍ରଦାନ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି।

Share