Categories: ଜାତୀୟ

ମେହବୁବାଙ୍କ ଭଉଣୀ ରୁବୈୟା ସୟିଦଙ୍କୁ ଅପହରଣ କରିଥିଲେ ୟାସିନ ମଲିକ

ନୂଆଦିଲ୍ଲୀ,୧୫।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ଝିଅ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଭଉଣୀ ରୁବୈୟା ସୟିଦଙ୍କୁ ଜେକେଏଲ୍‌ଏଫ୍‌ର ମୁଖ୍ୟ ୟାସିନ ମଲିକ ଅପହରଣ କରିଥିଲେ। ୧୯୮୯ରେ ହୋଇଥିବା ଅପହରଣ ମାମଲାର ଶୁଣାଣି ସମୟରେ ପ୍ରଥମ ଥର ଲାଗି ରୁବୈୟା କୋର୍ଟରେ ଶୁକ୍ରବାର ହାଜର ହୋଇଥିଲେ। ସେଠାରେ ସେ ନିଜେ ତାଙ୍କ ଅପହରଣକାରୀ  ଭାବେ ୟାସିନ ଓ ଅନ୍ୟ ୩ ଜଣଙ୍କୁ କୋର୍ଟରେ ଚିହ୍ନଟ କରିଛନ୍ତି।

୧୯୮୯ ମସିହାରେ ରୁବୈୟାଙ୍କୁ ଅପହରଣ କରାଯାଇଥିଲା ୧୯୯୦ରୁ ସିବିଆଇ ଘଟଣାର ତଦନ୍ତ କରୁଛି। ପ୍ରଥମଥର ପାଇଁ ଅପହରଣ ମାମଲାରେ ରୁବୈୟାଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା। ତାମିଲନାଡୁରେ ରହୁଥିବା ରୁବୈୟାଙ୍କୁ ସିବିଆଇ ସରକାରୀ ସାକ୍ଷୀ ଭାବେ ବିବେଚନା କରିଥିଲା। କୋର୍ଟରେ ପହଞ୍ଚି  ୟାସିନ ହିଁ ତାଙ୍କୁ ଅପହରଣ କରିଥିବା ସେ ନିଶ୍ଚିତ କରିଛନ୍ତି। ୧୯୮୯ରେ ୫ ଜଣ ଆତଙ୍କବାଦୀଙ୍କ ବଦଳରେ ରୁବୈୟାଙ୍କୁ ଅପହରଣକାରୀଙ୍କ କବଳରୁ ମୁକୁଳା ଯାଇଥିଲା।

Share