କଲିଙ୍ଗ୍ ବେଲ୍ ବଜାଇ ଡାକିଲେ; ହାତଗୋଡ଼ ବାନ୍ଧି ଲୁଟି ନେଲେ ସୁନା ଗହଣା

ବରଗଡ, ୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ନିଗମାନନ୍ଦ ବିହାର ଗଳି ନମ୍ବର-୭ ନିବାସୀ ସ୍ଵର୍ଗତ ଦିଲ୍ଲିପ ସାହୁଙ୍କ ଘରେ ଗୁରୁବାର ସଂଧ୍ୟା ପ୍ରାୟ ୭ଟାରେ ଜଣେ ଯୁବତୀଙ୍କ ହାତଗୋଡ଼ ବାନ୍ଧି ବିପୁଳ ପରିମାଣରେ ସୁନା ଗହଣା ଲୁଟ୍ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ ସ୍ଵର୍ଗତ ସାହୁଙ୍କ ପତ୍ନୀ ଏବଂ ଜଣେ ଝିଅ ଅଟୋରେ ବାହାରକୁ ଯାଇଥିବା ବେଳେ ଅନ୍ୟ ଝିଅ ଘରେ ଏକାକୀ ଥିଲେ। ତେବେ ସଂଧ୍ୟା ପ୍ରାୟ ୭ଟାରେ ୨ଯୁବକ ତାଙ୍କ ଘରକୁ ଆସି କଲିଙ୍ଗ ବେଲ ବଜାଇ ଥିଲେ। ଘରେ ଥିବା ଝିଅ କବାଟ ଖୋଲିବା ପରେ ସମ୍ପୃକ୍ତ ୨ ଯୁବକ ତାଙ୍କ ହାତଗୋଡ଼ କପଡ଼ାରେ ବାନ୍ଧି ତଳେ ପକାଇ ଦେଇଥିଲେ ଏବଂ ଘରେ ଥିବା ସବୁ ସୁନା ଗହଣା ଲୁଟି ନେଇ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି।

 

Share