Posted inଫୁରସତ

ରବର୍ସ କେଭ୍‌

ରବର୍ସ କେଭ୍‌ ହେଉଛି ଉତ୍ତରାଖଣ୍ଡର ଡେରାଡୁନ୍‌ସ୍ଥିତ ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ। ସ୍ଥାନୀୟ ଲୋକେ ଏହାକୁ ଗୁଚ୍ଛୁପାନୀ ବୋଲି ବି କହିଥାନ୍ତି। ପ୍ରକୃତପକ୍ଷେ ଏହା ହେଉଛି ଗୋଟିଏ ଗୁମ୍ଫା, ଯାହା ମଧ୍ୟ ଦେଇ ଏକ ଜଳଧାରା ପ୍ରବାହିତ ହୋଇଥାଏ। ଏଭଳି ଏକ ଅପୂର୍ବ ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଏଠାରେ ପ୍ରାୟତଃ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷିତ ହୁଏ…

ଉତ୍ତରାଖଣ୍ଡର ଡେରାଡୁନ୍‌ଠାରୁ ପ୍ରାୟ ୮ କି.ମି ଦୂରରେ ରହିଛି ସହସ୍ରଧାରା ନାମକ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଠିକ୍‌ ଏହାରି ପାଖରେ ହିଁ ରବର୍ସ କେଭ୍‌ ଦେଖିବାକୁ ମିଳେ; ଯାହାକୁ ସ୍ଥାନୀୟ ଲୋକେ ଗୁଚ୍ଛୁପାନୀ ବୋଲି କହିଥାନ୍ତି। ପ୍ରକୃତପକ୍ଷେ ଏହା ହେଉଛି ୬୦୦ ମିଟର ଲମ୍ବା ବିଶିଷ୍ଟ ଏକ ଗୁମ୍ଫା; ଯାହାକି ଦୁଇ ଭାଗରେ ବିଭକ୍ତ। ଗୁମ୍ଫା ହେଲେ ବି ଏହାର ସ୍ଥାନେ ସ୍ଥାନେ ଖୋଲା ଜାଗା ମଧ୍ୟ ରହିଛି, ଯାହାର ଉଭୟ ପାର୍ଶ୍ୱରେ ପଥର ପାଚିରି ଏବଂ ସେଥିରେ ଗଛଲତା ଥିବାର ଦେଖାଯାଏ। ଉପରେ ଖୋଲା ଆକାଶର ଦୃଶ୍ୟ ବି ବେଶ୍‌ ମନୋରମ ଲାଗେ। ସୂଚନାନୁଯାୟୀ, ଉକ୍ତ ଗୁମ୍ଫାର ଭିତର ପାର୍ଶ୍ୱର ଏକ ସ୍ଥାନରୁ ପ୍ରାୟ ୧୦ ମିଟର ଉଚ୍ଚରୁ ଏକ ଝରଣା ବୋହୁଥିବାର ଦୃଶ୍ୟ ବେଶ୍‌ ଆଖିଦୃର୍ଶୀୟା ହୋଇଥାଏ। ଆଉ ସେହି ଝରଣାର ପାଣି ଗୁମ୍ଫା ମଧ୍ୟ ଦେଇ ପ୍ରବାହିତ ହୋଇ ପର୍ଯ୍ୟଟକଙ୍କୁ ନିଆରା ଆନନ୍ଦ ପ୍ରଦାନ କରିଥାଏ। ଗୁମ୍ଫା ଆରମ୍ଭରୁ ପର୍ଯ୍ୟଟକମାନେ ଏହି ପାଣି ଭିତରେ ପଶି ପଶି ଆଗକୁ ଯାଇଥାନ୍ତି। କେଉଁଠି ପାଦେ ପାଦେ ପାଣି ଥାଏ ତ କେଉଁଠି ଆଣ୍ଠୁଏ ପାଣି। କିନ୍ତୁ ଏହି ଜଳାଧାରା ଭିତରେ ଗୋଡ଼ ପୁରାଇ ଚାଲି ଚାଲି ବୁଲିବାରେ ବେଶ୍‌ ମଜ୍ଜି ଯାଇଥାନ୍ତି ପର୍ଯ୍ୟଟକ। ଚାଲିବାର ଥକ୍କାପଣ ସେମାନଙ୍କୁ ଅନୁଭବ ହୁଏ ନାହିଁ। ବରଂ ଏହା ସେମାନଙ୍କୁ ଏକ ନିଆରା ଅନୁଭୂତି ପ୍ରଦାନ କରିଥାଏ। ସେଥିପାଇଁ ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଥିବା ଏହି ସ୍ଥାନଟି ଏବେ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଗଣିତ ହେଉଛି। କେବଳ ସେତିକି ନୁହେଁ, ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଉତ୍ତରାଖଣ୍ଡ ସରକାର ଏହାର ରକ୍ଷାବେକ୍ଷଣର ଦାୟିତ୍ୱ ନିଜ ହାତକୁ ନେଇ ଏଠାରେ ଅନେକ ଆଖିଦୃର୍ଶୀୟା କାର୍ଯ୍ୟ ମଧ୍ୟ କରିଛନ୍ତି। ସେଥିପାଇଁ ଦିନକୁ ଦିନ ଏଠାରେ ପର୍ଯ୍ୟଟକଙ୍କର ସଂଖ୍ୟା ବୃଦ୍ଧି ପାଉଛି।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲି ଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ,ଏପ୍ରିଲ୍‌ରୁ ଅକ୍ଟୋବର ହେଉଛି ଏଠାକୁ ଯିବା ପାଇଁ ସବୁଠୁ ଉପଯୁକ୍ତ ସମୟ। ବିଶେଷକରି ଖରାଦିନେ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ମଧ୍ୟ ଭଲ ବ୍ୟବସ୍ଥା ରହିଛି। ଡେରାଡୁନ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏହାର ନିକଟତମ ରେଳଷ୍ଟେଶନ। ସେଠାରୁ ଟାଉନ୍‌ ବସ୍‌ ଯୋଗେ ଅନରଓ୍ବାଲା ନାମକ ଏକ ଗାଁ ପର୍ଯ୍ୟନ୍ତ ଯିବାର ସୁବିଧା ରହିଛି। ତା’ପରେ ସେଠାରୁ ପ୍ରାୟ ୧ କି.ମି ପର୍ଯ୍ୟନ୍ତ ଟ୍ରେକିଂ କରି ଗଲେ ଏହି ରବର୍ସ କେଭ୍‌ ପଡିଥାଏ।
କିଛି ଜରୁରୀ ସୂଚନା
* ଗୁମ୍ଫା ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ପର୍ଯ୍ୟଟକଙ୍କୁ ଏଣ୍ଟ୍ରି ଟିକେଟ୍‌ କାଟିବାକୁ ହୋଇଥାଏ।
* ପାଣି ଭିତରେ ପଶି ଆରାମରେ ଚାଲିବା ପାଇଁ ଯେଉଁ ଉପଯୁକ୍ତ ଚପଲର ଆବଶ୍ୟକତା ଥାଏ, ତାହା ଏଣ୍ଟ୍ରି ଗେଟ୍‌ ପାଖରେ ଭଡ଼ାରେ ଦିଆଯାଇଥାଏ। ପର୍ଯ୍ୟଟକ ଏହାର ମଧ୍ୟ ସୁବିଧା ନେଇପାରିବେ।
* ଗୁମ୍ଫା ମଧ୍ୟରେ ବୁଲିବା ନିମନ୍ତେ ଏଠାରେ ପର୍ଯ୍ୟଟକଙ୍କୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁମତି ମିଳିଥାଏ।
* ସବୁଠୁ ବଡ଼ କଥା ହେଉଛି, ଗୁମ୍ଫା ମଧ୍ୟରେ ସ୍ଥାନେ ସ୍ଥାନେ ଆବଡ଼ା ଖାବଡ଼ା ରାସ୍ତା ବି ଥାଏ, ସେଠାରେ ପର୍ଯ୍ୟଟକଙ୍କୁ ଟିକେ ସାବଧାନତାର ସହ ଚାଲିବାକୁ ହୋଇଥାଏ। ଏଥିପ୍ରତି ପର୍ଯ୍ୟଟକ ସତ୍ତର୍କ ରଖିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର...

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri