ବିବାହର ପାଞ୍ଚ ବର୍ଷ ପରେ ମା’ ହେଲେ ରୁବିନା, ଘରକୁ ଆସିଲେ ଦୁଇ ରାଜକୁମାରୀ

ବମ୍ବେ: ମା’ ହୋଇଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ରୁବିନା ଦିଲୈକ। ତାଙ୍କ ଘରକୁ ଆସିଛନ୍ତି ଦୁଇ ରାଜକୁମାରୀ। ବିବାହର ପାଞ୍ଚ ବର୍ଷ ପରେ ଘରେ ଜାଆଁଳା ଶିଶୁଙ୍କ ଆଗମନକୁ ନେଇ ପରିବାରଲୋକେ ଖୁସିରେ ବିଭୋର ହୋଇଛନ୍ତି। ଏଯାଏ ରୁବିନା ଖୁସିଖବର ପ୍ରଶଂସକଙ୍କ ସହ ବାଣ୍ଟି ନ ଥିଲେ ହେଁ ତାଙ୍କ ଜିମ୍‌ ଟ୍ରେନର ପୋଷ୍ଟ କରି ଏନେଇ ଜଣାଇଛନ୍ତି।

ତେବେ ୨୦୧୮ରେ ଅଭିନବ ଶୁକ୍ଳାଙ୍କୁ ବିବାହ କରିଥିଲେ ରୁବିନା। ଚଳିତ ବର୍ଷ ସେପ୍ଟେମ୍ବରରେ ରୁବିନା ନିଜର ଗର୍ଭଧାରଣକୁ ନେଇ ଖୁଲାସା କରିଥିଲେ। କିଛି ଦିନ ତଳେ ସେ ଯମଜ ସନ୍ତାନର ଯନନୀ ହେବାକୁ ଯାଉଥିବା କହି ଚମକାଇଥିଲେ। ଏପରିକି ସେ ଏବଂ ସ୍ବାମୀ ଅଭିନବ ଉତ୍ସୁକତାର ସହ ସମୟକୁ ଅପେକ୍ଷା କରିଥିବା କହିଥିଲେ।

Share