ମା’ ହେବାକୁ ଯାଉଛନ୍ତି ରୁବିନା, ଫଟୋ ଶେୟାର କରି ଦେଲେ ସୂଚନା

ମୁମ୍ବାଇ: ଅଭିନେତ୍ରୀ ରୁବିନା ଦିଲୈକ୍‌ ମା’ ହେବାକୁ ଯାଉଛନ୍ତି। ରୁବିନା ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଖୁସି ଖବର ଦେଇଛନ୍ତି। ସେ ତାଙ୍କ ସ୍ବାମୀ ଅଭିନବ ଶୁକ୍ଲାଙ୍କ ଏକ ପୋଷ୍ଟ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ବେବି ବମ୍ପ ସ୍ପଷ୍ଟ ଦେଖାଯାଉଛି। ଫଟୋ ଶେୟାର କରି କ୍ୟାପଶନରେ ରୁବିନା ଲେଖିଛନ୍ତି ,ଯେବେଠୁ ଆମେ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଥିଲୁ, ଆମେ ପ୍ରତିଶ୍ରୁତି ଦେଇଥିଲୁ ଯେ ଆମେ ଏକାଠି ବିଶ୍ୱ ଭ୍ରମଣ କରିବୁ। ତା’ପରେ ଆମେ ବିବାହ କଲୁ ଏବଂ ବର୍ତ୍ତମାନ ଏକ ପରିବାର ଭାବରେ ଆମେ ଶୀଘ୍ର ଆମର ଛୋଟ ଅତିଥିଙ୍କୁ ସ୍ବାଗତ କରିବୁ।

ରୁବିନା ଏବଂ ଅଭିନବ ଶୁକ୍ଲା ବର୍ତ୍ତମାନ ଆମେରିକାରେ ଅଛନ୍ତି। ଏହି ସମୟରେ ଉଭୟଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେମାନେ ଏକ ବୋଟ୍‌ ଉପରେ ଫଟୋ ପୋଜ୍‌ ଦେଉଥିବାର ନଜର ଆସିଛନ୍ତି। ତେବେ ବିବାହର ୫ ବର୍ଷ ପରେ ରୁବିନା ଏବଂ ଅଭିନବ ତାଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଅପେକ୍ଷା କରିଛନ୍ତି।

Share