ଭଉଣୀ ସହ କ୍ୱାରାଣ୍ଟାଇନ୍‌ର ମଜା ନେଉଛନ୍ତି ବିଗ୍‌ବସ୍‌-୧୪ ଓ୍ବିନର

ଶିମଲା: ଦେଶରେ କରୋନା ସଙ୍କଟ ଜାରି ରହିଥିବା ବେଳେ ଏଥିରୁ କେହି ବର୍ତ୍ତି ପାରୁନାହାନ୍ତି। ସାଧାରଣଜନତାଙ୍କଠାରୁ ଆରମ୍ଭ କରି ରାଜନେତା, ଖେଳାଳି ଓ ଅନେକ ସେଲିିବ୍ରିଟି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ଇତିମଧ୍ୟରେ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ତଥା ରିୟଲିଟି ଶୋ’ ବିଗ୍‌ବସ୍‌-୧୪ର ବିଜେତା ରୁବିନା ଦିଲେକ ଓ ତାଙ୍କ ଭଉଣୀ ଜ୍ୟୋତିକା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ହିମାଚଳ ପ୍ରଦେଶରେ ଥିବା ନିଜ ଘରେ ରୁବିନା ଓ ଜ୍ୟୋତିକା ଏବେ କ୍ୱାରାଣ୍ଟାଇନ୍‌ ଲାଇଫ୍‌ ଜିଉଁଛନ୍ତି।

ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ରୁବିନା ଏବେ ନିଜ ସ୍ବାସ୍ଥ୍ୟବସ୍ଥା ନେଇ ଟିକିନିଖି ଖବର ପ୍ରଶଂସକଙ୍କୁ ଅପଡେଟ୍‌ କରାଉଛନ୍ତି। ଏଥିସହ ପ୍ରାୟ ସମୟରେ ନିଜ କ୍ୱାରାଣ୍ଟାଇନ୍‌ର କେତେଗୁଡ଼ିଏ ଫଟୋକୁ ସେ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ଦେଖିବାକୁ ମିଳିଛି। ନିକଟରେ ରୁବିନା ଆଉ ଏକ ଫଟୋ ଶେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଦୁଇ ଭଉଣୀ ନିଜ ରୁମ୍‌ରେ ପୋଜ୍‌ ଦେଉଥିବା ବେଳେ ଦୁହେଁ ବେଡ୍‌ରେ ଏକାଠି ଶୋଇଥିବାର ନଜର ଆସିଛନ୍ତି। କେବଳ ସେତିକି ନୁହେଁ ସେମାନଙ୍କ ସମ୍ମୁଖରେ ଆକାଶର ସୁନ୍ଦର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ରୁବିନାଙ୍କ ଏହି ଫଟୋରେ ଏପର୍ଯ୍ୟନ୍ତ ୫ଲକ୍ଷରୁ ଅଧିକ ଲାଇକ୍‌ ମିଳିଥିବା ବେଳେ ଅନେକ ସେଲିବ୍ରିଟି ତାଙ୍କର ଆରୋଗ୍ୟ କାମନା କରିବା ସହ ମଜାଳିଆ କମେଣ୍ଟ କରିଛନ୍ତି।

 

Share