କରୋନା ପଜିଟିଭ୍‌ ଚିହ୍ନଟ ହେଲେ ଏହି ଅଭିନେତ୍ରୀ: ନ ଡ଼ରି କହିଲେ ‘ମାସେ ପରେ କରିବି ପ୍ଲାଜମା ଦାନ’

ବମ୍ବେ: ଭାରତରେ ଆତଙ୍କ ଖେଳାଉଛି କରୋନାର ଦ୍ୱିତୀୟ ଲହର। କେବଳ ଯେ ସାଧାରଣଜନତା ତାହା ନୁହେଁ ସେଲିବ୍ରିଟିମାନେ ମଧ୍ୟ ସାବଧାନତା ସତ୍ତ୍ୱେ ମହାମାରୀର ଶିକାର ପାଲଟୁଛନ୍ତି। କିଛି ଦିନ ମଧ୍ୟରେ ବଲିଉଡ୍‌ ଏବଂ ଟେଲିଜଗତର ଅନେକ କଳାକାର କରୋନା ସଂକ୍ରମିତ ହୋଇଛନ୍ତି। ଏବେ ବିଗ୍‌ ବସ୍‌-୧୪ ବିଜେତା ରୁବିନା ଦିଲୈକ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଏନେଇ ଜଣାଇଛନ୍ତି।

ମୁଁ ସର୍ବଦା ସକରାତ୍ମକତାକୁ ଦେଖିଥାଏ। ଏବେ ମୁଁ ଏକ ମାସ ପରେ ପ୍ଲାଜମା ଦାନ କରିପାରିବି। କରୋନା ପଜିଟିଭ୍‌ ହୋଇଛି। ଏଣୁ ୧୭ ଦିନ ଯାଏ ଘରେ କ୍ୱାରାଣ୍ଟାଇନ୍‌ ରହିବି। ଗତ ୫-୭ ଦିନ ମଧ୍ୟରେ ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି ସେମାନେ ନିଜର ଟେଷ୍ଟ କରାଇନିଅନ୍ତୁ ବୋଲି ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ରୁବିନା କହିଛନ୍ତି।

Share