ହଟ୍‌ ଲୁକ୍‌ରେ ରୁବିନା

ମୁମ୍ବାଇ: ବିଗବସ ୧୪ ଜିତିବା ପରେ ଅଭିନେତ୍ରୀ ରୁବିନା ଦିଲୈକ କିଛି ନା କିଛି କାରଣକୁ ନେଇ ରହୁଛନ୍ତି ଚର୍ଚ୍ଚାରେ। ଶୋ’ ଜିତିବା ପରେ ତାଙ୍କର ଫ୍ୟାନ ଫଲୋଇଙ୍ଗ୍‌ ମଧ୍ୟ ବଢ଼ି ବଢ଼ି ଚାଲିଛି। ସେ କିଛି ଆଲବମ୍‌ ସହ ଟେଲି ଧାରାବାହିକରେ ନଜର ଆସୁଛନ୍ତି। ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ଥିବା ଏହି ଅଭିନେତ୍ରୀ ନିକଟରେ ଏକ ଫଟୋ ଶେୟାର କରିଛନ୍ତି।

ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ସମୁଦ୍ରକୂଳରେ ହଟ୍‌ ଲୁକ୍‌ରେ ନଜର ଆସୁଛନ୍ତି ସେ। ତେବେ ସ୍ବାମୀ ଅଭିନବ ଶୁକ୍ଳାଙ୍କ ଜନ୍ମଦିନ ପାଳନ କରିବା ପାଇଁ ରୁବିନା ମାଳଦ୍ୱୀପ ଯାଇଥିବା ଜଣାପଡିଛି। ସେଠାରେ ଥାଇ ମଧ୍ୟ ଲଗାତାର ଭ୍ୟାକେସନର ଫଟୋ ସେ ଶେୟାର କରୁଛନ୍ତି।

Share