Categories: ବାଣିଜ୍ୟ

ବାଲିଯାତ୍ରା ପରିସରରେ ରୁଚି ମଣ୍ଡପ

କଟକ,୯।୧୧: ରାଜ୍ୟର ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥା ‘ରୁଚି’ର ସର୍ବବୃହତ୍‌ ଷ୍ଟଲ୍‌ କଟକ ବାଲିଯାତ୍ରା ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ କଟକ ଡିସିପି ପିନାକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ରୁଚି ମେଗା ଖାଦ୍ୟ ମଣ୍ଡପ’ର ଉଦ୍‌ଘାଟନ କରିଥିଲେ। ସେହିଭଳି ରୁଚିର ନିର୍ଦ୍ଦେଶିକା ସଙ୍ଗୀତା ସାହୁ ରୁଚିର ବିଶାଳ ମସଲା ମଣ୍ଡପକୁ ମଧ୍ୟ ଉଦ୍‌ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ କଟକ ମେୟର ସୁବାସ ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରୁଚି ମଣ୍ଡପ ପରିଦର୍ଶନ କରିଥିଲେ। ସେହିପରି ରୁଚିର ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଚଳିତ ବର୍ଷର ବାଲିଯାତ୍ରା ଅବସରରେ ରୁଚି ଫଡ୍‌ଲାଇନ ପକ୍ଷରୁ ମସଲା, ସିମେଇ ଓ ସ୍ବାସ୍ଥ୍ୟ ସାମଗ୍ରୀକୁ ନେଇ ବୃହତ୍‌ ମଣ୍ଡପ ସହ ଫ୍ରୋଜିଟ୍‌ ଡିଭିଜନ ପକ୍ଷରୁ ମଧ୍ୟ ମେଗା ଖାଦ୍ୟମେଳା ମଣ୍ଡପ ଭଳି ୪ଟି ବଡ଼ ମଣ୍ଡପର ଶୁଭାରମ୍ଭ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଫ୍ରୋଜିଟ୍‌ ଡିଭିଜନର ପ୍ରବନ୍ଧକ ଶ୍ରୀକାନ୍ତ ମହପାତ୍ର, ଅଂଶୁମାନ ପତି, ଅବିନାଶ ସିଂ, ଦେବସ୍ମିତା ମିଶ୍ର, ସାଗ୍ନିକ ମହାପାତ୍ର, ରୁଚିର ବିକ୍ରୟ ବିଭାଗ ମୁଖ୍ୟ ଦିଲୀପ ସାହୁ, ରଞ୍ଜିତ କୁମାର ସାହୁ, ମୃଣାଳିନୀ ରାଉତ, ଡ. ନିହାର ରଞ୍ଜନ ସାହୁ, ମାନସ ରଞ୍ଜନ ବେହେରା, ଶିବପ୍ରସାଦ ମହାନ୍ତି, ଅରକ୍ଷିତ ରଣା, ଅଜିତ କୁମାର ସ୍ବାଇଁ, ମନୋରଞ୍ଜନ ପରିଡ଼ାଙ୍କ ସମେତ ହ୍ବାଇଟ୍‌ କାନ୍‌ଭାସ ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ରୁଚିର ଲୋକସମ୍ପର୍କ ଅଧିକାରୀ ଶୁଭେନ୍ଦୁ କୁମାର ଭୂୟାଁ ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Share