ଭୁବନେଶ୍ୱର,୧୧ା୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ନ୍ୟାୟ ପାଇଁ କଲେଜ ସମ୍ମୁଖରେ ଧାରଣାରେ ବସିଥିବା ରୁଚିକାଙ୍କ ମା’ଙ୍କୁ ଧାରଣାସ୍ଥଳରୁ ଉଠାଇ ନେଇଛି ପୋଲିସ। ଆନ୍ଦୋଳନରତ ଛାତ୍ର ସଙ୍ଗଠନ ସଦସ୍ୟଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଛି।।
ସୂଚନାଯୋଗ୍ୟ, ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ଦୀର୍ଘ ୧୦ ଦିନ ବିତିଯାଇଥିଲେ ମଧ୍ୟ ରାଗିଂ କରିଥିବା ୩ ଛାତ୍ରୀ ଚିହ୍ନଟ ହୋଇପାରିନାହାନ୍ତି। ନ୍ୟାୟ ପାଇଁ ଧାରଣାରେ ବସିଥିବା ରୁଚିକାଙ୍କ ମା’ କଲେଜ ସମ୍ମୁଖରେ ଶୁଦ୍ଧିକ୍ରିୟା କରିବେ ବୋଲି ପୋଲିସକୁ ଶୁଣାଇଥିଲେ। ନ୍ୟାୟ ପାଇଁ ବସିଛି, ବସିବି, ଘରକୁ ଯିବିନାହିଁ, ଶୁଦ୍ଧିକ୍ରିୟା ଏକାଦଶାହ ସବୁ କଲେଜ ସମ୍ମୁଖରେ କରିବି ବୋଲି ମଧ୍ୟ ରୁଚିକାଙ୍କ ମା’ ଶୁଣାଇଥିଲେ। ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ହେତୁ ନିରାଶ ହୋଇ ସେ ଏଭଳି କହିଥିଲେ। ପୋଲିସ ଟିମ୍ ସବୁଦିନ ଛାତ୍ରୀନିବାସ ଆସି ପୁଣି ଫେରିଯାଉଛନ୍ତି ମାତ୍ର କେହି ଧରାପଡୁନାହାନ୍ତି। ଫଳରେ ସେ ନିରାଶ ହୋଇ ଧାରଣାରେ ବସିଥିଲେ।