ବିଧାନସଭାରେ ଭାଜପା ସଭ୍ୟଙ୍କ ହଙ୍ଗାମା

ଭୁବନେଶ୍ୱର,୧।୧୦(ଅନିଲ ଦାସ)ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିବା ଘଟଣାରେ ଭାଜପାର ୨ ବିଧାୟକ ମୋହନ ଚରଣ ମାଝି ଏବଂ ମୁକେଶ ମହାଲିଙ୍ଗ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି। ଏଥିସହିତ ଶାସକ ଦଳ ସଦସ୍ୟ ଅରୁଣ ସାହୁଙ୍କ ବିରୋଧୀ ଦଳ ନେତାଙ୍କ ମାନସିକ ସ୍ଥିତି ଭଲ ନ ଥିବା ମନ୍ତବ୍ୟକୁ ନେଇ ଶନିବାର ବିଧାନସଭାରେ ଭାଜପା ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଭାଜପା ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ପ୍ରଶ୍ନୋତ୍ତର, ଶୂନ୍ୟକାଳ, ମୁଲତବୀ, ଅତିରିକ୍ତ ବଜେଟ ଆଲୋଚନା ସବୁକିଛି ବାଏଁ ବାଏଁ ଉଡ଼ିଯାଇଛି। ମେଣ୍ଟାଲ ଡିଜ୍‌ଅର୍ଡର ଶଦ୍ଦକୁ ବାଚସ୍ପତି ଗୃହର ବିବରଣୀରୁ ବାଦ୍‌ ଦେବା ପରେ ମଧ୍ୟ ଭାଜପା ସଦସ୍ୟମାନେ ଶାନ୍ତ ହୋଇନାହାନ୍ତି। ୨ ସଦସ୍ୟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ଜିଦ୍‌ରେ ଅଟଳ ରହିବା ସହ ବିଧାନସଭାକୁ ଅଚଳ କରିଛନ୍ତି।
ଶନିବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ପ୍ରମିଳା ମଲ୍ଲିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ବିଜେଡି ସଭ୍ୟ ସୁଧୀର ସାମଲ ପଚାରିଥିବା ପ୍ରଶ୍ନ ନଂ. ୧୫୧ର ଉତ୍ତର ଦେବାକୁ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କୁ କହିଥିଲେ। ଏହି ସମୟରେ ଭାଜପା ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ। ନିଲମ୍ବିତ ୨ ବିଧାୟକଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ଦାବି କରି ସ୍ଲୋଗାନ ଦେଇଥିଲେ। ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ଅପରାହ୍ନ ୪ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଅନୁରୂପ ଅବସ୍ଥା ସୃଷ୍ଟି ହୋଇଥିଲା। ବାଚସ୍ପତି ଗତ ୨୮ତାରିଖରେ ଶାସକ ଦଳ ବିଧାୟକ ଅରୁଣ ସାହୁ ବିରୋଧୀ ଦଳର ଦୁଇ ବରିଷ୍ଠ ନେତାଙ୍କୁ ଆକ୍ଷେପ କରି କହିଥିବା ‘ମେଣ୍ଟାଲ ଡିଜ୍‌ଅର୍ଡର’ ଶବ୍ଦକୁ ଗୃହ ବିବରଣୀରୁ ବାଦ୍‌ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ବି ଗୃହ ସ୍ବାଭାବିକ ହୋଇପାରି ନ ଥିଲା। ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଥିଲେ। ଗୃହକୁ ସ୍ବାଭାବିକ କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ତାହା ସଫଳ ହୋଇ ନ ଥିଲା।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବାଚସ୍ପତିଙ୍କୁ କହିଥିଲେ, ନିଲମ୍ବିତ ୨ ଭାଜପା ସଦସ୍ୟଙ୍କ ଉପରୁ ନିଃସର୍ତ୍ତ ଭାବେ ନିଲମ୍ବନ ପ୍ରତ୍ୟାହାର କରାଯାଉ। ସେମାନେ ଗୃହରେ କ’ଣ କହିବେ, ତାଙ୍କ ବିବେକ ଉପରେ ଛାଡ଼ି ଦିଆଯାଉ। ଗୃହକୁ ସୁରୁଖୁରୁରେ ବାଚସ୍ପତି ଚଳାନ୍ତୁ, ସହଯୋଗ କରିବାକୁ ବିରୋଧୀ ଦଳ ପ୍ରସ୍ତୁତ ଅଛି ବୋଲି ସେ କହିଥିଲେ। ଏହି ପ୍ରସ୍ତାବକୁ ବିଚାର କରିବେ ବୋଲି ବାଚସ୍ପତି କହିଥିଲେ। ତେବେ ଗୃହ ଠିକ୍‌ରେ ଚାଲୁ ନ ଥିବା ଅଭିଯୋଗ କରି କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ।

ଉଲ୍ଲେଖଯୋଗ୍ୟ, ବିରୋଧୀ ଦଳ ନେତାଙ୍କ ପ୍ରତି ଶାସକ ବିଧାୟକ ଅରୁଣ ସାହୁ ‘ମାନସିକ ସ୍ବାସ୍ଥ୍ୟ’ ଠିକ୍‌ ନାହିଁ ବୋଲି କହିବାକୁ ନେଇ ଉଭୟ କଂଗ୍ରେସ ଓ ଭାଜପା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏପରି କି ଭାଜପା ଏହି ଶବ୍ଦକୁ ଗୃହ ବିବରଣୀରୁ ବାଦ୍‌ ଦେବାକୁ ଜିଦ୍‌ କରିଥିଲେ ମଧ୍ୟ ବାଚସ୍ପତି ସେଥିପ୍ରତି କର୍ଣ୍ଣପାତ ନ କରିବାରୁ ଭାଜପା ସଦସ୍ୟମାନେ ଭିନ୍ନ ଢଙ୍ଗରେ ପ୍ରତିବାଦ କରି ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗିଥିଲେ। ସେଥିପାଇଁ ୨୮ତାରିଖରେ ଭାଜପାର ୨ ସଦସ୍ୟଙ୍କୁ ବାଚସ୍ପତି ଚଳିତ ଅଧିବେଶନର ଅବଶିଷ୍ଟ କାର୍ଯ୍ୟଦିବସ ନିମନ୍ତେ ନିଲମ୍ବନ ଘୋଷଣା କରିଥିଲେ। ଉକ୍ତ ୨ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବି କରି ଭାଜପା ସଦସ୍ୟମାନେ ଗୃହରେ ହଟ୍ଟଗୋଳ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଘଟଣା: ରାଜ୍ୟ ରାଜନୀତି ସରଗରମ: ପୂର୍ବତନ ପିସିସି ସଭାପତି କହିଲେ….

ଭୁବନେଶ୍ୱର,୨୧।୯: ରାଜ୍ୟ ରାଜନୀତିକୁ ସରଗରମ କରିଛି ଭରତପୁର ଘଟଣା। କିନ୍ତୁ ଚୁପ ବସିଛନ୍ତି ରାଜ୍ୟ ସରକାର । ଜେର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ...

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri