ସୋମବାର ରିଲିଜ୍ ହେବ ‘ରୁଦ୍ର: ଦ ଏଜ ଅଫ୍ ଡାର୍କ ନେସର’ ଟ୍ରେଲର

ମୁମ୍ବାଇ: ଅଭିନେତା ଅଜୟ ଦେବଗନଙ୍କ ୱେବ ସିରିଜ ‘ରୁଦ: ଦ ଏଜ ଅଫ୍ ଡାର୍କନେସ’ର ନିର୍ମାତାମାନେ ଏକ ପୋଷ୍ଟର ଜାରି କରିଛନ୍ତି । ଯେଉଁଥିରେ ଅଭିନେତା ଓଭରହେଡ ସର୍ଟରେ ନଜର ଆସିଛନ୍ତି । ଏହାର ଟ୍ରେଲର ସୋମବାର ରିଲିଜ୍ କରାଯିବ । ୱେବ ସିରିଜକୁ ୬ ଭାଗରେ ବଣ୍ଟା ଯାଇଛି । ଯାହାକୁ ଅଜୟ ଦେବଗନ ଆରମ୍ଭ କରିଛନ୍ତି । ଏହା ବିବିସିର ହିଟ ସିରିଜ ଲୁଥର ଉପରେ ଆଧାରିତ । ଯେଉଁଥିରେ ଇଦରିସ ଏଲ୍‌ବା ଅଭିନୟ କରିଛନ୍ତି । ଏହା ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ୍ କରାଯିବ ।
ଷ୍ଟ୍ରିମିଂ ପ୍ଲାଟଫର୍ମରେ ନିଜର ଇନଷ୍ଟାଗ୍ରାମରେ ରିଲିଜ ହୋଇଥିବା ପୋଷ୍ଟର ଶେୟାର କରାଯାଇଛି । ଯେଉଁଥିରେ କ୍ୟାପଶନରେ ଲେଖାଯାଇଛି ଆଇନ ଭାଙ୍ଗିବା ଲାକଙ୍କୁ ଭାଙ୍ଗିବାକୁ ଆସୁଛି ରୁଦ୍ର ।

Share